ଏରସମା, 17/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ନୂଆଗାଁର ଡ୍ରିମ୍ସ ଲାଇଫ କ୍ଳବ ପକ୍ଷରୁ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି ।ସମାଜସେବୀ ଡ଼ ତାମିଲ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୂଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଏକାଠି ହୋଇ ଭାଇଚାର ବଜାୟ ରଖିବା ପାଇଁ କହିଥିଲେ। ଯୁବପୀଢ଼ି ମାନଙ୍କୁ ନିଷା ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।ସଂମ୍ମାନୀତ ଅତିଥି ଭାବେ ଏରସମା ବ୍ଲକ ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱାଇଁ, ସମାଜସେବୀ ତନ୍ମୟ କୁମାର ସ୍ୱାଇଁ,ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ଚରଣ ସାହୁ,ଯୋଗଦେଇଥିଲେ ।କ୍ଳବର ସଭାପତି ନିତ୍ୟାନନ୍ଦ ଦାସ ଅତିଥି ପରିଚୟ ଦେଇଥିବା ବେଳେ କ୍ଳବର କାର୍ଯ୍ୟକାରୀ ସମ୍ପାଦକ ସରୋଜ ଦାସ ଧନ୍ୟବାଦ ଥିଲେ ।କ୍ଳବର ସଦସ୍ୟମାନେ
ସମ୍ପାଦକ ପ୍ରଭାସ ବାହାଲିଆ
ଉପସଭାପତି ସୁଶୀଲ କୁମାର ନାୟକ,
କୋଷାଧକ୍ଷ ରାଜେଶ କୁମାର ସାହୁ,କାଳନ୍ଦୀ ନାୟକ,ଜିତୁ,ଦେବାଶିଷିଙ୍କ ସମେତ କବ୍ଲର ସମସ୍ତ ସଦସ୍ୟ ମଞ୍ଚ ପରିଚାଳନା କରିଥିବାବେଳେ ଅଭୟ ଚାନ୍ଦ ପୁର ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପ୍ରତି ରକ୍ଷା କରାଯାଇଥିଲା ।ନୂଆଗାଁ କୁନି କୁନି କଳାକାର ଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିବା ବେଳେ ହଜାର ହଜାର ଦର୍ଶକ ମନ ଭରି ସାଂସ୍କୃତିକ କୁ ଉପଭୋଗ କରିଥିଲେ ।