ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଖଣ୍ଡା ଜବତ ସହିତ ଅଭିଯୁକ୍ତ ଗିରଫ

ଏରସମା, 17/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) ତା.୧୭.୦୬ ୨୦୨୬ ରିଖ
Article Image
ଶ୍ରୀମତୀ ନିର୍ମଳା ଦାସ (୪୫), ସ୍ବାମୀ- ଶରତ ଦାସ, ଗ୍ରାମ- ଗୋଡ଼ା, ଥାନା- ଏରସମା, ଜିଲ୍ଲା- ଜଗତସିଂହପୁର। ତଦନ୍ତ ରୁ ପ୍ରକାଶ ଯେ, ସୂଚନାକାରୀ ଶ୍ରୀମତୀ ନିର୍ମଳା ଦାସ ଓ ଅଭିଯୁକ୍ତ ଶରତ ଦାସ ପରସ୍ପର ସ୍ବାମୀ-ସ୍ତ୍ରୀ ଏବଂ ସେମାନେ ଗ୍ରାମ- ଗୋଡ଼ା, ଥାନା- ଏରସମା, ଜିଲ୍ଲା- ଜଗତସିଂହପୁରରେ ବସବାସ କରନ୍ତି। ସେମାନଙ୍କର ଏକ ଝିଅ କମଳା ଦାସ (ବୟସ ପ୍ରାୟ ୧୯ ବର୍ଷ) ଏବଂ ଏକ ପୁଅ ସରୋଜ ଦାସ (ବୟସ ପ୍ରାୟ ୨୬ ବର୍ଷ) ଅଛନ୍ତି।ଅଭିଯୁକ୍ତ ଶରତ ଦାସ ମଦ୍ୟପାନ କରିବାରେ ଅଭ୍ୟସ୍ତ ଏବଂ ମଦ୍ୟପାନ କରିବା ପରେ ପ୍ରାୟତଃ ସୂଚନାକାରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥାନ୍ତି। ତା, ୧୬.୦୬.୨୦୨୬ ରିଖ ସକାଳ ପ୍ରାୟ ୫.୦୦ ଘଟିକା ସମୟରେ ଅଭିଯୁକ୍ତ ମଦ ପିଇବା ପାଇଁ ସୂଚନାକାରୀଙ୍କୁ ଟଙ୍କା ମାଗିଥିଲେ। ନିର୍ମଳା ଦାସ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବାରୁ ଅଭିଯୁକ୍ତ ରାଗିଯାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରପିଟ କରିଥିଲେ। ଏହାପରେ ଅଭିଯୁକ୍ତ ଖଟ ତଳେ ରଖାଯାଇଥିବା ଏକ ଲମ୍ବା ଖଣ୍ଡା ବାହାର କରି ସୂଚନାକାରୀଙ୍କୁ ହାଣି ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ତାଙ୍କ ଝିଅ କମଳା ଦାସ ନିଜ ମାଆଙ୍କୁ ବଞ୍ଚାଇବା ପାଇଁ ହସ୍ତକ୍ଷେପ କରି ପାଖରେ ପଡ଼ିଥ‌ିବା ଏକ ପଥର ଦ୍ବାରା ଅଭିଯୁକ୍ତଙ୍କ ମୁଣ୍ଡକୁ ମାରିଥିଲେ, ଫଳରେ ଅଭିଯୁକ୍ତଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଏହାପରେ ସୂଚନାକାରୀ, ତାଙ୍କ ଝିଅ କମଳା ଦାସ ଏବଂ ପୁଅ ସରୋଜ ଦାସ ଘର ବାହାରକୁ ଆସି ସ୍ଥାନୀୟ ଲୋକଙ୍କ ସହାୟତା ପାଇଁ ଚିତ୍କାର କରିଥିଲେ। ସେହି ସମୟରେ ଅଭିଯୁକୁ ଏକ ଦେଶୀ ପିସୁଲ ଧରି ଘର ବାହାରକୁ ଆସି ନିର୍ମଳା ଦାସ ଓ ତାଙ୍କ ପିଲାମାନଙ୍କ ଆଡ଼କୁ ପିଷ୍ଟଲ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ନିର୍ମଳା ଦାସ ଓ ତାଙ୍କ ପିଲାମାନେ ସେଠାରୁ ପଳାଇ ଯାଇ ଅନ୍ୟତ୍ର ଆଶ୍ରୟ ନେଇଥିଲେ। ଏରସମା ଥାନା ମାମଲା ନଂ-୨୦୧, ତା ୧୬.୦୬.୨୦୨୬, ଧାରା 126 (2)/115(2)/296/109(1) ଭାରତୀୟ ନ୍ୟାୟ ସଂହିତା ସହିତ ଧାରା 25(1-B)(a)/27 ଆକ୍ଟ ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏରସମା ପୋଲିସ ର ଏ ଭଳି କାର୍ଯ୍ୟକ୍ରମକୁ ତିର୍ତ୍ତୋଲ ଏସ୍ ଡି ପିଓ ଅଜୟ କୁମାର ଦାସ ବେଶ ପ୍ରଶଂସା କରିଛନ୍ତି।
5