ବାଲେଶ୍ୱର, 17/06/2026, ଉତ୍କଳ voice news - utkalvoicenews.comବାଲେଶ୍ୱର ଜିଲ୍ଲା ନୀଳଗିରି ୧୭/୬ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଠାରେ ଶ୍ରୀ ଶ୍ରୀ ଶ୍ରୀ ପତିତପାବନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ,ଅଦ୍ୟ ମିଥୁନ ମାସେ ଶୁକ୍ଲପକ୍ଷ ବୃଷ ୨୯ଦିନ,ଶୁକ୍ରବାର ତା ୧୯/୦୬/୨୦୨୬ ପଞ୍ଚମୀ ତିଥି ଠାରୁ,ତା ୨୪/୦୬/୨୦୨୬ଦଶମୀ ତିଥି ବୁଧବାର ପ୍ରଯ୍ୟନ୍ତ,ପାଞ୍ଚଦିନ ବ୍ୟାପି ମନ୍ଦିର ଏବଂ ଶ୍ରୀ ବିଗ୍ରହ ପ୍ରତିଷ୍ଠା ମୋହତ୍ସବ ଅନୁଷ୍ଠିତ ହେଉଅଛି,ଏହି ପବିତ୍ର ପୀଠ ପାଦଦେଶ ଠାରେ ମହାପ୍ରଭୁ ଶ୍ରୀ

ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି ଅନାଦି କାଳରୁ ଏକ ମାଟି ଘରେ ପୂଜିତ ହୋଇ ଆସୁଛନ୍ତି,ଅଂଚଳରେ କିଛି ଜଗନ୍ନାଥ ପ୍ରେମୀ ମାଟି ଘରକୁ ଦେଖି ବେଥିତ ହେବା ଶହ,ଏକ ଦେଉଳ ଟିଏ ତଥା ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି,ଉକ୍ତ ମନ୍ଦିର କୁ ପ୍ରଭୁ ଶ୍ରୀ କାଶୀ ବିଶ୍ୱନାଥ ଜୀ ମଧ୍ୟ ଗଢ଼ିଛନ୍ତି,ଏହି ମନ୍ଦିର ରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ଥାପନ କରିବାର କାର୍ଯ୍ୟକ୍ରମ ଏକ କମିଟି ଦ୍ୱାରା ସ୍ଥିରକୃତ ହୋଇଛି, ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଶ୍ରୀ କ୍ଷେତ୍ର ପୁରୀ ମନ୍ଦିର ଛତିଶା ନିଯୋଗଙ୍କର ମହା ନାୟକ ଶ୍ରୀଯୁକ୍ତ ଜନାର୍ଦ୍ଦନ ମହାପାତ୍ର ଙ୍କ ମାର୍ଗଦର୍ଶକ ତଥା ମନ୍ଦିର ସେବାୟତ ଓ ମଠାଧିଶ ମାନଙ୍କ ଅକୁଣ୍ଠ ସାହାଯ୍ୟ ସହାନୁଭୂତି ରେ ଏହି ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହେଉଅଛି,ଏଥିରେ ନୀଳଗିରି ରାଜା ସାହେବ ଶ୍ରୀ ଶ୍ରୀ ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ, ଓ ରାଣୀ ଶ୍ରୀମତୀ ମୋନଜା ମଞ୍ଜରୀ ଦେବୀ ପୂର୍ଣ୍ଣାହୂତି ପ୍ରଦାନ କରିବେ,ପ୍ରତିଷ୍ଠା କାର୍ଯ୍ୟ ସିଦ୍ଧି ସାଧକ ଗୁରୁ ଶ୍ରୀ ହର୍ଷ କୁମାର ଶତପଥି,ଓ ରାଜନୀଳଗିରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ବ୍ରହ୍ମା ଏବଂ ଅନ୍ୟାନ ସେବାୟତ ଓ ପୌରହିତ୍ୟରେ ଅନୁଷ୍ଠିତ ହେବ,ପ୍ରତେକ ସନ୍ଧ୍ୟା ରେ ଶ୍ରୀକ୍ଷେତ୍ର ସ୍ଥିତ ବିଭିନ୍ନ ମଠର ମହନ୍ତ ଓ ସାଧୁ ସନ୍ତଙ୍କର ଆଶ୍ରି ବଚନ ସହିତ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଙ୍କ ଦ୍ୱାରା ଭଂଜନ ସନ୍ଧ୍ୟା ଅନୁଷ୍ଠିତ ହେବ୍ ବୋଲି ଶ୍ରୀ ଶ୍ରୀ ପତିତପାବନ ହରକ୍ଷେତ୍ର ପଞ୍ଚଲିଙ୍ଗେଶ୍ୱର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି,,