ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବକେୟା ବିଲ ପ୍ରଦାନ ଦାବିରେ ଆମରଣ ଅନଶନ

ତିର୍ତୋଲ, 17/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ )୧୭/୬ :
Article Image
ତିର୍ତୋଲ ବ୍ଲକ ଅଧୀନ ଇବ୍ରିସିଂହ ପଞ୍ଚାୟତରେ ୨୦୨୦-୨୧ ମସିହାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ଠିକାଦାର ଓ ବ୍ୟକ୍ତିବିଶେଷମାନଙ୍କ ବକେୟା ବିଲ ପ୍ରଦାନ ଦାବିରେ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି। ସୁକାନ୍ତ ଦାସଙ୍କ ତତ୍ତ୍ୱାବଧାନରେ ଅନେକ ଠିକାଦାର ଓ କାର୍ଯ୍ୟ କରିଥିବା ବ୍ୟକ୍ତିମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ ମଧ୍ୟ ଦୀର୍ଘ ୫ ବର୍ଷ ଧରି ସେମାନଙ୍କ ପ୍ରାପ୍ୟ ବିଲ ମିଳିନାହିଁ। ଏନେଇ ସେମାନେ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯୋଗଦେବା ସହ ଜିଲ୍ଲାପାଳ ଏବଂ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଦାବି କରିଛନ୍ତି। ବକେୟା ବିଲ ତୁରନ୍ତ ପ୍ରଦାନ କରାନଗଲେ ଆମରଣ ଅନଶନ ଜାରି ରହିବ ଏବଂ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନର ପଦକ୍ଷେପକୁ ସାଧାରଣ ଲୋକ ଅପେକ୍ଷା କରିଛନ୍ତି।
5