ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିକାଶ ଧାରା ଓଡ଼ିଶା ସାରା, ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜାତି-ଜନଜାତି ସମ୍ବାଦ ବୈଠକ ଆୟୋଜିତ

ବୁଗୁଡ଼ା, 17/06/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷ ଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଜାତି-ଜନଜାତି ସମ୍ବାଦ ବୈଠକ ଆୟୋଜିତ ହୋଇଥିଲା।ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ଜାତି ଓ ଜନଜାତି ସମ୍ପ୍ରଦାୟର ପ୍ରତିନିଧି, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇ ସରକାରଙ୍କ ବିକାଶମୂଳକ ଯୋଜନା ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।ବୈଠକରେ ଜନଜାତି ଓ ପଛୁଆ ବର୍ଗର ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଗ୍ରାମ୍ୟ ପାଇପାରିବା ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପସ୍ଥିତ ଅତିଥିମାନେ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଜନମୁଖୀ କାର୍ଯ୍ୟ ଜାରି ରଖିବାକୁ ଆଶା ବ୍ୟକ୍ତ କରିଥିଲେ।ଶେଷରେ ଜାତି-ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ଓ ସମାଜର ମୁଖ୍ୟସ୍ରୋତରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଆଜିର ବୈଠକରେ କରସିଙ୍ଗି, କରଚୁଲି, ତାକରଡ଼ା, ଗୋଲିଆ ପଞ୍ଚାୟତ ର ବହୁ ସଂଖ୍ୟକ ଜାତି-ଜନଜାତି ସମ୍ପ୍ରଦାୟର ସଦସ୍ୟ ଉପସ୍ଥିତ ରହିଥିଲେ।
Article Image
5