ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏସ୍. ବି. ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ

ଢେଙ୍କାନାଳ, 17/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ମହିଷପାଟ ଶାଖା ତରଫରୁ ଏସ୍. ବି. ଆଇ ସ୍ମାର୍ଟ ଆଗ୍ରି କଷ୍ଟମର ମିଟ ଢେଙ୍କାନାଳ ପୌରପାଳିକା ସଭା ସଦନ ରେ ଆୟୋଜିତ ହୋଯାଇଅଛି। ଏହି ସଭାରେ ଏସ୍. ବି. ଆଇ ସ୍ଥାନୀୟ ମୂଖ୍ୟ କାର୍ଯ୍ୟାଳୟ ( ଭୁବନେଶ୍ୱର) ର ଡି. ଜି.ଏମ୍ (କୃଷି) ଶ୍ରୀଯୁକ୍ତ ମନ୍ମୟ ପାଣ୍ଡବ ଯୋଗଦେଇ କୃଷି ଉଦ୍ୟୋଗୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ଏବଂ ବ୍ୟାଙ୍କ ର ବିଭିନ୍ନ ସେବା ଓ ସୁବିଧା ବାବଦରେ ସଚେତନ କରାଇଥିଲେ। ଏହି ସଭାରେ ଏସ୍. ବି. ଆଇ ଆଞ୍ଚଳିକ ପ୍ରବନ୍ଧକ (ଅନୁଗୋଳ) ଶ୍ରୀଯୁକ୍ତ କମଳ ଲୋଚନ ଷଡ଼ଙ୍ଗୀ ମଧ୍ୟ ଯୋଗଦାନ କରିଥିଲେ। ଏହି ସଭାକୁ ପରିଚାଳନା କରିଥିଲେ ଏସ୍. ବି. ଆଇ ମହିଷପାଟ ଶାଖା ର ପରିଚାଳକ ଶ୍ରୀଯୁକ୍ତ ଶିବରାମ ପାଣିଗ୍ରାହୀ । ସଭା ଶେଷରେ ପାଞ୍ଚ ଜଣ ସଫଳ କୃଷି ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା ।
Article Image
22