ଜଗତସିଂହପୁର, 17/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଚାଷୀ ଓ ଟ୍ରାକ୍ଟର ମାଲିକଙ୍କ ଖୁସି
ଭାରତ ପେଟ୍ରୋଲିୟମ ପକ୍ଷରୁ ଜଗତସିଂହପୁର ସ୍ଥିତ ସାଂପୁର ନିକଟରେ ଥିବା ଓଁମ ଫିଲିଙ୍ଗ ଷ୍ଟେସନ ରୁ ଚାଷୀ ମାନେ ଟିଣ ଜାର ରେ ତେଲ ନେଇ ପାରୁଛନ୍ତି । ପ୍ଲାଷ୍ଟିକ ଜାର ରେ ତେଲ ନ ନେବାପାଇଁ ନିୟମ ରହିଛି । ଭାରତ ପେଟ୍ରୋଲିୟମ ପକ୍ଷରୁ ଚାଷୀ ଙ୍କ ଟିଣ ଜାର ର୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏବେ ଚାଷ ଜମିରେ ଚାଷ କରିବା ପାଇଁ ବହୁ ମାତ୍ରାରେ ଟ୍ରାକ୍ଟର ବ୍ୟବହାର କରାଯାଉଛି । ତେବେ କମ୍ପାନୀ ପକ୍ଷରୁ ଏଭଳି ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଚାଷୀ ମାନେ ଟିଣ ଜାର ରେ 20 ଲିଟର ଡିଜେଲ ଚାଷ କାମ ପାଇଁ ନେଇ ପାରିବେ । ତେଣୁ ଜଗତସିଂହପୁର ଜିଲ୍ଲାର ଚାଷୀ ମାନେ ଏବେ ଖୁସି ଥିବା ବେଳେ କମ୍ପାନୀ ପକ୍ଷରୁ ଚାଷୀ ଙ୍କୁ ଏଭଳି ସହଯୋଗ କୁ ଖୁସି ପ୍ରକାଶ କରିଛନ୍ତି ।