ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ବେଳାଭୂମିରେ ୧୪ ଦିନିଆ ରଜ ମହୋତ୍ସବ ଉଦଯାପିତ

ପାରାଦୀପ, 18/06/2026, ଉତ୍କଳ voice news - utkalvoicenews.com୧୭ ଜୁନ : ପାରାଦୀପ ବେଳାଭୂମିରେ ତୁଳସୀ ୱେଲଫେୟାର ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ୧୪ ଦିନିଆ ରଜ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। ଗତ ଜୁନ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଉଜ୍ଜlପନୀ ଉତ୍ସବରେ ପାରାଦୀପର ସମାଜସେବୀ ଓ ପରିବେଶବିତ୍ ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର ସଭାପତି ପାରାଦୀପ କଲେଜ ଏନ ସି ସି ଆଲୁମୁନି ଆଶ୍ସୋସିଏସନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
Article Image
ସମ୍ମାନିତ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ, ତୁଳସୀ ୱେଲଫେୟାର ଚାରିଟେବଲ ଟ୍ରଷ୍ଟର ସଭାପତି ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ, ବାରବାଟୀ ଶିଶିର ମେଳାର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ଦାସ ଏବଂ ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀମତୀ ଶର୍ମିଷ୍ଠା ରାଣୀ ନନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିବା କଳାକାର ଓ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଟ୍ରଷ୍ଟ ପକ୍ଷରୁ କ୍ୟାନ୍ସର ରୋଗରେ ପୀଡ଼ିତ ଷଣ୍ଢକୁଦ ୧୯ ନମ୍ବର ୱାର୍ଡର ବାସିନ୍ଦା ଶ୍ରୀମତୀ ଗଙ୍ଗା ସାମଲ ଓ ୧୪ ନମ୍ବର ୱାର୍ଡର ଶ୍ରୀ ଶିବ ଚରଣ ସାହୁଙ୍କୁ ୧୦,୦୦୧ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରଜ ହେଉଛି ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପର୍ବ, ଯାହା ପ୍ରକୃତି, ମାଟି ଓ ନାରୀ ଶକ୍ତି ପ୍ରତି ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ। ଏହା ସମାଜରେ ଭାଇଚାରା, ଭଲପାଇବା ଓ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବାର ବାର୍ତ୍ତା ଦେଇଥାଏ। ସେ ତୁଳସୀ ୱେଲଫେୟାର ଚାରିଟେବଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ମିନା ବଜାର ଓ ବାଣିଜ୍ୟ ମେଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଏକ ମଞ୍ଚରେ ଆଣିବା ଏକ ପ୍ରଶଂସନୀୟ ପଦକ୍ଷେପ। ଏହା ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଶେଷରେ ସେ ଟ୍ରଷ୍ଟର ଏହି ମହାନ ପ୍ରୟାସକୁ ସାଧୁବାଦ ଜଣାଇ ଆଗାମୀ ବର୍ଷ ଆହୁରି ଭବ୍ୟ ଓ ସୁନ୍ଦର ଭାବେ ରଜ ମହୋତ୍ସବ ଆୟୋଜନ କରିବାକୁ ଆହ୍ୱାନ ଦେଇଥିଲେ।
5