ଢେଙ୍କାନାଳ, 18/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଆଜି ଭାରତ ନିର୍ବାଚ଼ନ ଆୟୋଗଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଶ୍ରୀଯୁକ୍ତ ଏସ୍.ବି. ଯୋଷୀ ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।
ପ୍ରିନ୍ସପାଲ ସେକ୍ରେଟାରୀ ଶ୍ରୀଯୁକ୍ତ ଯୋଷୀ ମୁଖ୍ୟ ନିର୍ବାଚ଼ନ ଅଧିକାରୀ, ମହାରାଷ୍ଟ୍ର କାର୍ଯ୍ୟାଳୟର ଡ଼େପୁଟୀ ସେକ୍ରେଟାରୀ ଶ୍ରୀ ଏମ୍. ଆର୍. ପାରକର ଏବଂ ଅଣ୍ତର ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ନାଗେ ଏବଂ ମୁଖ୍ୟ ନିର୍ବାଚ଼ନ ଅଧିକାରୀ, ଓଡ଼ିଶା କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହିତ ବିଭିନ୍ନ ବୁଥ ପରିଦର୍ଶନ କରି ବି.ଏଲ୍.ଓ. ମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ପୁନଶ୍ଚ, ପ୍ରିନସିପାଲ ସେକ୍ରେଟାରୀ ଶ୍ରୀ ଯୁକ୍ତ ଯୋଷୀଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚ଼ନ୍ଦ୍ର ସେଠି, ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଏବଂ ଡ଼େପୁଟୀ କଲେକ୍ଟର, ନିର୍ବାଚନ, ନିବେଦିତା ରାଉତଙ୍କ ସହିତ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।