ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିକାଶର ଧାରା ଓଡ଼ିଶା ସାରା”ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା ଅନୁଷ୍ଠିତ

ବୁଗୁଡ଼ା, 18/06/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷ ଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା ଆୟୋଜିତ ହୋଇଥିଲା। “ପ୍ରାକୃତିକ ଓ ପ୍ରଗତିଶୀଳ କୃଷି” ବିଷୟକୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର,ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ତହସିଲଦାର ତାପସ ରାଉତ, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ଅଞ୍ଚଳର ବହୁ କୃଷକ, କୃଷି ବିଶେଷଜ୍ଞ ଓ ସମାଜସେବୀ ଯୋଗଦେଇ କୃଷିର ଉନ୍ନତ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ।କର୍ମଶାଳାରେ ପ୍ରାକୃତିକ କୃଷିର ଉପକାରିତା, ରାସାୟନିକ ସାର ଓ କୀଟନାଶକର ବିକଳ୍ପ ବ୍ୟବହାର, ଜୈବିକ ଚାଷ, ଜଳ ସଂରକ୍ଷଣ, ମାଟିର ଉର୍ବରତା ବୃଦ୍ଧି ଏବଂ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରୟୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାକୃତିକ କୃଷି ମାଧ୍ୟମରେ ଉତ୍ପାଦନ ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷା ଓ ଚାଷୀଙ୍କ ଆୟ ବୃଦ୍ଧି ସମ୍ଭବ ହୋଇପାରିବ।ଏହି ଅବସରରେ ସଫଳ ଓ ପ୍ରଗତିଶୀଳ କୃଷକମାନେ ନିଜ ଅନୁଭୂତି ବାଣ୍ଟିଥିଲେ ଏବଂ ଅନ୍ୟ କୃଷକମାନଙ୍କୁ ନୂତନ କୃଷି ପଦ୍ଧତି ଆପଣେଇବା ପାଇଁ ଉତ୍ସାହିତ କରିଥିଲେ। କୃଷକମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ମଧ୍ୟ ଖୋଲା ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ କୃଷକମାନଙ୍କୁ ପ୍ରାକୃତିକ ଓ ସ୍ଥାୟୀ କୃଷି ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମଟି କୃଷକମାନଙ୍କ ମଧ୍ୟରେ ନୂତନ ଜ୍ଞାନ ଓ ସଚେତନତା ସୃଷ୍ଟି କରିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ l
Article Image
5