ଯାଜପୁର, 18/06/2026, ଉତ୍କଳ voice news - utkalvoicenews.com(ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
ବଡ଼ଚଣା ବ୍ଲକ ଚଣ୍ଡିଖୋଲ ଛକ ନିକଟ 53 ନମ୍ବର ଜାତୀୟ ରାଜପଥ ସୁଭଦ୍ରା ପୁର ଛକ ଫରେଷ୍ଟ ଅଫିସ ସମ୍ମୁଖରେ ଆଜି ମଧ୍ୟାନ ସମୟରେ ଜଣେ ସ୍କୁଟି ଚାଳକକୁ ପଛ ପଟୁ ଏକ ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ଘଟଣା ରୁ ପ୍ରକାଶ ଯେ ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ରବୀନ୍ଦ୍ର ରଣା (70) ସବ୍ରେଷ୍ଟ୍ର ଅଫିସ ରେ ଷ୍ଟାମ୍ପ ଭେଣ୍ଡର ରୂପେ କାର୍ଯ୍ୟ ସାରି OD04V 6141 ନମ୍ବର ଏକ ସ୍କୁଟି ରେ ମହାବିନାୟକ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ,OD22AE 8454 ନମ୍ବର ଏକ 12 ଚକିଆ ହାଇୱା ପଛପଟୁ ତାଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା l ଖବର ପାଇ ବଡ଼ଚଣା ପୋଲିସ ଓ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ,ଘଟଣା ସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଥଲା।