ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉଦୀୟମାନ ରଜ ମହୋତ୍ସବ ଉଦଯାପିତ

ଯାଜପୁର, 18/06/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉଦୀୟମାନ ପକ୍ଷରୁ ତିନିଦିନ ଧରି ରଜ ମହତ୍ସବ ଧୁମଧାମରେ ପାଳିତ ହେଇଯାଇଛି ଧାନମଣ୍ଡଳ ମେଳନ ପଡ଼ିଆ ଠାରେ ଆୟଜିତ ରଜ ଉତ୍ସବକୁ ମୁଖ୍ୟ ଅତିଥି ତଥା ଉଦଘାଟକ ଯାଜପୁର ଜିଲ୍ଲାର ଭାଜପାର ସଭାନେତ୍ରୀ ଦେବଜାନି ପ୍ରଧାନ ଆନୁଷ୍ଟାନିକ ଭାବରେ ଉଦଘାଟନ କରି ନିଜ ବକ୍ତବ୍ୟରେ ଆଧୁନିକତାର ଚକାଚକ ଭିତରେ ଓଡିଶାର କୃଷିଭିତିକ ଗଣପର୍ବ ରଜ ଗ୍ରାମାଞ୍ଚଳରୁ ଆସ୍ତେ ଆସ୍ତେ ଅପସରି ଯାଉଥିବାବେଳେ ଉଦୀୟମାନ ସ୍ବେଛାସେବୀ ଅନୁଷ୍ଠାନ ଏହି ପରମ୍ପରାକୁ ବଂଚାଇ ରଖିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ସମ୍ନାନୀତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଅଜୟ କୁମାର ଲେଙ୍କା,ରାମଚନ୍ଦ୍ର ଶୁକ୍ଳ, କାହ୍ନୁଚରଣ ସାହୁ , ଅନ୍ୟତମ ସମ୍ମାନିତ ଅତିଥି ପ୍ରାକ୍ତ ସରପଞ୍ଚ ରବିନ୍ଦ୍ର ମହାନ୍ତି, ସମାଜସେବୀ ଆକାଶ କୁମାର ସାହୁ ,ରବିନ୍ଦ୍ର କୁମାର ତରାଇ,ଆଇନଜୀବୀ ଦେବରାଜ ବେହରା ପ୍ରମୁଖ ଯୋଗଦେଇ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ। ପରେ ପରେ ମାଆ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପିଠାପଣା ପ୍ରତିଯୋଗିତା ହେବା ସହିତ ରଜ ଖିଲିପାନ, ଝୋଟି ଆଦି ପ୍ରତିଯୋଗିତା କରାଯାଇଥିଲା। ସେହିପରି ଦ୍ୱିତୀୟ ଦିବସରେ ବାଳକ, ବାଳିକା,ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ କବାଡି, ମିୟୁଜିକ ଚେୟାର, ପୁଚି, ରଜ,ଦୋଳି ପ୍ରତିଯୋଗୀତା ସହିତ କବୟିତ୍ରୀ ଡ଼ ଲିପିକା ବେହେରା,ସରଜିନୀ ପଣ୍ଡାଙ୍କ ସଞ୍ଚାଳନରେ ରଜ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ କବି ହେମନ୍ତ ମାହାଲା, କବୟିତ୍ରୀ,ରଂଜିତା ମହାନା, ଜମୁନା ଜେନା, ରଶ୍ମିତା ସେଠୀ ପ୍ରମୁଖ କବିତା ପାଠ କରିଥିଲେ।ତୃତୀୟ ଦିବସ ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଅବିନାଶ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଦିନେଶ ଗୁପ୍ତା, ମୁଖ୍ୟବକ୍ତା ନୃତ୍ୟ ଗୁରୁ କୁମାର ଭୀମସେନ, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ନାୟକ,ନୃତ୍ତ୍ୟ ଗୁରୁ ସୁଭ୍ରକାନ୍ତ ପ୍ରଧାନ,କଣ୍ଠଶିଳ୍ପୀ ତନୁଶ୍ରୀ ମଲ୍ଲିକ,ପ୍ରମୁଖ ଯୋଗ ଦେଈ ଉତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଟ୍ରଫି ପ୍ରଦାନ କରିଥିଲେ। ଉଦୀୟମାନ କଳା ପରିଷଦର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ଦର୍ଶକ ଏହି ରଜ ମୋଉଜର ଭରପୁର ମଜା ନେଇଥିଲେ .ଏହାକୁ ଅନୁଷ୍ଠାନର ସମ୍ପାଦିକା ଅରୁଣି ନନ୍ଦ, କାର୍ଯ୍ୟକାରୀ ସଭାନେତ୍ରୀ ଗାୟତ୍ରୀ ରାଉତ, ସହ ସଂପାଦିକା ବିନୋଦିନୀ ଦାସ, ଉପ ସଭାନେତ୍ରୀ ସୁଜାତା ସାମଲ, କୋଷାଧକ୍ଷ ହରପ୍ରିୟା ମହାନ୍ତି, ସଂସ୍କୃତି ସମ୍ପାଦକ ଇଟିସର ଇତିଶ୍ରୀ ପରିଡା, ମାନସୀ ଦାଶ, ସରସ୍ବତୀ ସିଂ, ସୋନାଲି ନାୟକ ସମେତ ସମସ୍ତ ସ୍ବେଛାସେବୀ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
5