ତିର୍ତ୍ତୋଲ, 18/06/2026, ଉତ୍କଳ voice news - utkalvoicenews.com( ତିର୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :

(ତିର୍ତ୍ତୋଲ ପୋଲିସ୍ କୁ ସଫଳତା)
ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଏରସମା ରାସ୍ତାର ନରୁଆ ଦୁର୍ଗା ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଯାଉଥିବା ସି.ସି ଟିଭି ଭିଡିଓ କୁ ନେଇ ଅଞ୍ଚଳରେ ଚର୍ଚ୍ଚା କୁ ନେଇ ତିର୍ତ୍ତୋଲ ପୋଲିସ୍ ର ପରିବା ପଣିଆ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପୋଲିସ୍ ଆଖିରେ ଧୂଳି ଦେଇ ଦିନରେ ଟାର୍ଗେଟ ରାତିରେ ଆଚିବ୍ କରୁଥିଲା ଏହି ମାଷ୍ଟର ମାଇଣ୍ଡ ଚୋର। କିନ୍ତୁ ବିଳମ୍ବରେ ହେଲେ ମଧ୍ଯ ଜିଲ୍ଲା ଏସ୍ପି ଙ୍କ ଚାପ ଓ ତିର୍ତ୍ତୋଲ ଯୁବ ପୋଲିସ୍ ଅଫିସର୍ ଜୟଦେବ ମହାନ୍ତି ଙ୍କ ନେତୃତ୍ୱ ର ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଦୁର୍ଦ୍ଦାନ୍ତ ଡକାୟତ ପୂର୍ଣ୍ଣ ଚନ୍ଦ୍ର ମାଝି( ପୁନିଆଁ) (୫୧ ବର୍ଷ ) କୁ "ବଣିତ" ଠାରୁ ଗତକାଲି ରାତିରେ ଗିରଫ କରିବା ପରେ ଅଭିଯୁକ୍ତ କିଭଳି ଚୋରି କରିଥିଲା ସବୁ ମାନି ଯାଇଛି । ଅଭିଯୁକ୍ତ ପୁନିଆଁ ଘର ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ଗଣପତି ପୂର ଗ୍ରାମ ହୋଇଥିବା ବେଳେ ପିତା ସ୍ୱର୍ଗତ ବୈଷ୍ଣବ ମାଝି ବୋଲି ଜଣାପଡ଼ିଛି। ଅଭିଯୁକ୍ତ ନିକଟରୁ ନୀଳ ରଙ୍ଗର ହ୍ୟାଣ୍ଡଲ ଲାଗିଥିବା ଷ୍ଟିଲ ରେ ତିଆରି କଟର, ବୋଲ୍ଟ କଟର ଦୁଇଟି ରବର ଗ୍ରିପ୍ ଜବତ ହୋଇଛି। ଅଭିଯୁକ୍ତ ପୁନିଆଁ କୁ ତିର୍ତ୍ତୋଲ ପୋଲିସ୍ କେଶ୍ ନଂ ୩୭/୨୦୨୬, ୟୁ/ଏସ୍ -୩୦୩(୨) ଦଫା ଲଗାଇ ବି.ଏନ୍.ଏସ. ରେ ଅଟକ ରଖିଛି ତିର୍ତ୍ତୋଲ ପୋଲିସ୍ । ଅଭିଯୁକ୍ତ ର ସ୍ଥାନୀୟ ନରୁଆ ଛକ ଠାରେ କିଛି ନିସାଡି ଙ୍କ ସହିତ ସମ୍ପର୍କ ରହିଥିବା ପୋଲିସ୍ ହାତରେ ସୁରାଗ ଲାଗିଛି ! ଖୁବ୍ ଶୀଘ୍ର ପୋଲିସ୍ ଅଭିଯୁକ୍ତ ର ପାଖ ଲୋକ ଙ୍କ ପାଖରେ ପହଞ୍ଚି ଉଠାଇପାରେ ବୋଲି ଜଣାପଡ଼ିଛି। କିନ୍ତୁ ପୂର୍ବରୁ ନରୁଆ ଦୁର୍ଗା ମନ୍ଦୀର କବାଟ ତାଡି ମା ଙ୍କ ସୁନା, ରୂପା ଗହଣା, ପିତଳ ବାସନ କୁସନ ଘଣ୍ଟ ଘଣ୍ଟି ଚୋରି ହୋଇଥିବା ଘଟଣା ରେ ପୋଲିସ୍ ହାତ ଖାଲିଥିବା ଜଣା ପଡ଼ିଛି।