ପାରାଦୀପ ଗଡ , 19/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ନିମିଢ଼ି ଓ ପାରାଦୀପ ଗଡ ରେ ଥିବା ଦୁଇ ଗୋଟି ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳ ରେ ମୋକ୍ ଡ୍ରିଲ୍ ଓ
ସଚେତନତା କାର୍ଯ୍ୟକ୍ରମ୍ ଅନୁଷ୍ଠିତ ହୋଇ ଯାଇଛି l ବାତ୍ୟା, ବନ୍ୟା ଓ କୃତ୍ରିମ ବିଷାକ୍ତ ଗ୍ୟାସ୍ ବିପର୍ଜୟ ସମୟରେ କିପରି ଭବେ ପୀଡ଼ିତ/ପୀଡ଼ିତା ମାନଙ୍କୁ ଆଶୁ ଚିକିତ୍ସା ପ୍ରଦାନ ଓ ସୁରକ୍ଷିତ ସ୍ଥାନ କିମ୍ୱା ବାତ୍ୟା ଆଶ୍ରୟ ସ୍ଥଳକୁ ଅଣାଯାଇ ସେମାନଙ୍କୁ ସୁରକ୍ଷା ଓ ସମସ୍ତ ସୁବିଧା ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଶ୍ରଦ୍ଧା ଏନ୍.ଜି.ଓ. ର କର୍ମକର୍ତ୍ତା, ସି.ଏଚ.ଓ, ଏ.ଏନ୍.ଏମ୍., ଅଙ୍ଗନୱାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଟି ର ସଦସ୍ୟା, ପାରାଦୀପ ଗଡ ବାତ୍ୟା ଆଶ୍ରୟ ସ୍ଥଳ ର ସମ୍ପାଦକ ସତ୍ୟନାରାୟଣ ମହାପାତ୍ର ଓ ନୀମିଢ଼ି ବାତ୍ୟା ଆଶ୍ରୟ ସ୍ଥଳ ର ସମ୍ପାଦକ ମନୋଜ ରାଉତ, ଜୟନ୍ତ ସେନାପତି, ପ୍ରଭାତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l