ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ

ଢେଙ୍କାନାଳ, 19/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ଏହା ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ, ଶ୍ରୀମତୀ ମୋନାଲିସ ନାୟକ, ଉପ ଆରକ୍ଷୀ ଅଧୀକ୍ଷକ, ଢେଙ୍କାନାଳ, ଶ୍ରୀମତୀ ସୁଷମା ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଢେଙ୍କାନାଳ, ଡ଼. ଶାନ୍ତନୁ କୁମାର ଟୁଡୁ, ଜିଲ୍ଲା ଶିଶୁ ମଙ୍ଗଳ ସଦସ୍ୟ, ଢେଙ୍କାନାଳ, ଶ୍ରୀଯୁକ୍ତ ଜିତେନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ନିୟୋଜନ ଅଧିକାରୀ, ଢେଙ୍କାନାଳ, ଶ୍ରୀଯୁକ୍ତ ତତ୍ତ୍ଵମସି ମହାପାତ୍ର, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ, ଢେଙ୍କାନାଳ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ , ଜିଲ୍ଲା ମଙ୍ଗଳ ବିଭାଗ ,ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଓ ସହକାରୀ ଶ୍ରମ ଅଧିକାରୀ ଯୋଗଦାନ କରିଥିଲେ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ୟାନ୍ୟ କର୍ମଚାରୀ, NGOs, Trade Union ର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ସୂତାର ପରିଚାଳନା କରିଥିଲେ । ବୈଠକରେ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା। ୧୪ ବର୍ଷରୁ କମ୍ ଶିଶୁମାନଙ୍କୁ କୌଣସି ବି ଦୋକାନ, ହୋଟେଲ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ନିୟୋଜିତ ନ କରିବା ଏବଂ (୧୪ ବର୍ଷ ରୁ ଉର୍ଦ୍ଧ ୧୮ ବର୍ଷ ରୁ କମ) କିଶୋରମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ବେଦନଶୀଳତା (Sensitisation) କାର୍ଯ୍ୟକ୍ରମରେ ଢେଙ୍କାନାଳର ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ସହକାରୀ ଶ୍ରମ ଅଧିକାରୀ (ALOs) ଉପସ୍ଥିତ ରହି ଶ୍ରମ ଆଇନର କଡ଼ାକଡ଼ି ଅନୁପାଳନ ସମ୍ବନ୍ଧରେ ଅବଗତ କରାଇଥିଲେ। ଏହା ସହିତ ଚାଇଲ୍ଡ ହେଲ୍ପଲାଇନ (Child Helpline) ର ପ୍ରତିନିଧି, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (NGO) ଏବଂ ଟ୍ରେଡ୍ ୟୁନିଅନ୍ (Trade Union) ର କର୍ମକର୍ତ୍ତାମାନେ ଏହି ଅଭିଯାନକୁ ସଫଳ କରିବା ପାଇଁ ନିଜ ନିଜର ସହଯୋଗ ପ୍ରଦାନ କରିବାକୁ ସଂକଳ୍ପ ନେଇଥିଲେ। କୌଣସି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ ହେଉଥିବାର ଦେଖିଲେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ ନମ୍ବର ୧୦୯୮ କିମ୍ବା ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟରେ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସର୍ବସାଧାରଣଙ୍କୁ ନିବେଦନ କରାଯାଉଅଛି ।
5