ଗଂଜାମ, 19/06/2026, ଉତ୍କଳ voice news - utkalvoicenews.com୧୮/୦୬/୨୬ :
ଚାଷୀଙ୍କ ପନିପରିବା ଫସଲ ନଷ୍ଟ ଓ କାଠ କୁଡିଆକୁ ଜାଳିଦେଲେ ଅଜଣାଦୁର୍ବୃତ୍ତ ।ଏପରି ଘଟଣା ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳରେ ଘଟିଛି । ସୁଚନାନୁଯାୟୀ ଖରିଡା ପି ରାମଚନ୍ଦ୍ରପୁର ପ୍ରଧାନମନ୍ତ୍ରୀ ସଡ଼କର ହିଞ୍ଜିଳି ମୌଜାର
_1781880077.jpg)
ଶିବଶଙ୍କର ସାବତଙ୍କ ପଦରଚାଷଜମିର ପନିପରିବା ଗଛ ଗୁଡିକୁ ଉପାଡି ଦେବା ସହ କୌଣସି ଧାରୁଆ ଅସ୍ତ୍ରଶସ୍ତ୍ର ଦ୍ବାରା ହାଣି ଦେବା ଦେଖିବା ମିଳିଛି ।ବିଭିନ୍ନ ପ୍ରକାର ପନିପରିବା ଫସଲକୁ ଉପାଡି ଦିଆଯାଇଛି । ଆହୁରି ଅମୃତଭଣ୍ଡା ,ସଜନା ଗଛ ଏବଂ ପିଜୁଳିଗଛ କୁ ମଧ୍ୟ ଧାରୁଆ ଅସ୍ତ୍ରରେ ବିଳମ୍ବିତ ରାତିରେ ହାଣି ବହୁ ଫସଲ ନଷ୍ଟ କରିଛନ୍ତି । ଏହା ସହିତ ଅଜଣା ଦୃର୍ବୃତ୍ତ ମାନେ ଚାଷୀ ଶିବଙ୍କ କାଠ କୁଡିଆକୁ ମଧ୍ୟ ନିଆଁ ଲଗାଇ ଜାଳିଦେଲେ ।ଏପରି ଘଟଣା ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଏହି ପ୍ରକାର ଘଟଣା ଘଟାଇବା ଦ୍ବାରା ଚାଷୀ ଶିବଙ୍କ ପରିବାରର ଆର୍ଥିକ ବୋଝ ଓ ଗୁଜରାଣ ମେଣ୍ଟାଇବା କଷ୍ଟକର ହୋଇଯାଇଛି । ଅମୃତଭଣ୍ଡା ଓ ସଜନା ଗଛରୁ ଶାଗ ବିକ୍ରୀ କରି ପରିବାର ଚଳାଉଥିବା ବେଳେ ଦୈନିକ କିଛି ପାରିଶ୍ରମିକ ପାଉଥିଲେ ବର୍ତ୍ତମାନ ।ଅଜଣା ଦୃର୍ବୃତ୍ତଙ୍କ ଦ୍ବାରା ଫସଲ ନଷ୍ଟ ଏବଂ କୁଡିଆରେ ଥିବା ବିହନ ,ସାର ଔଷଧ ପରି ଅତି ଆବଶ୍ୟକ ଚାଷ ଉପକରଣ ପୋଡି ପାଉଁଶ ହୋଇଯାଇଛି । ଏହି ପ୍ରକାର ପରିସ୍ଥିତି ଦେଖି ଅଜଣା ଦୃର୍ବୃତ୍ତଙ୍କ କାରନାମାକୁ ହିଞ୍ଜିଳିକାଟୁ ପୌରାଞ୍ଚଳ ଚାଷୀମାନେ ଭୟଭୀତ ହୋଇଥିବା ଜୈନିକ ଚାଷୀ ତାଙ୍କ ନାମ ଗୋପନ ରଖି କହିଛନ୍ତି ।ସେ ଆହୁରି କହିଛନ୍ତି କି ଫସଲ ନଷ୍ଟ ଏବଂ କୁଡିଆ ପୋଡି ପାଉଁଶ କରାଯାଇଥିବା ହେଉଛି ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ରଥମ ଘଟଣା । ତେଣୁ ଅଜଣା ଦୃର୍ବୃତ୍ତଙ୍କ ଆତଙ୍କ ସୃଷ୍ଟି କରିବା ପଛରେ କୌଣସି ପ୍ରଭାବଶାଳୀ ବ୍ଯକ୍ତିର ହାତ ରହିଛି ନା କୌଣସି ରାଜନୈତିକ ଦଳର ହାତ ରହିଛି ଯାହା ଫଳରେ ହିଞ୍ଜିଳିକାଟୁ ଅଞ୍ଚଳରେ ଅଜଣା ଦୃର୍ବୃତ୍ତଙ୍କ ଆତଙ୍କରାଜ ଚାଲିଛି । ଯାଦ୍ବାର କାହାର ଚୋରି ତ କାହାର ଫସଲ ନଷ୍ଟ ବେଳେ ବଢ଼ିବାରେ ଲାଗିଛି ଅଜଣା ଦୃର୍ବୃତ୍ତଙ୍କ ଆତଙ୍କ ସୃଷ୍ଟି । ଯା ଫଳରେ ଅଜଣା ଦୃର୍ବୃତ୍ତ ପୋଲିସ ହାତରେ ଧରାପଡୁଛି ନା ଅଞ୍ଚଳରେ ସାଧାରଣ ଜନତା ଶାନ୍ତିରେ ରହୁଛନ୍ତି । ଜଣେ ଚାଷୀ ଦିନରାତି ପରିଶ୍ରମ କରି ଦୁଇ ପଇସା ରୋଜଗାର ବେଳେ ତାଙ୍କର ବିଳମ୍ବିତ ରାତିରେ ପନିପରିବା ଫସଲ ନଷ୍ଟ ଓ କୁଡିଆକୁ ନିଆଁ ଲଗାଇ ଜାଳିପୋଡିଦେଲେ ଅଜଣା ଦୃର୍ବୃତ୍ତ ଗୋଷ୍ଠୀ ।ଏହି ଅଜଣା ଦୃର୍ବୃତ୍ତ ମାନଙ୍କ କଳାକାରନାମ ଦାଉରୁ କେବେ ହିଞ୍ଜିଳିକାଟୁ ଅଞ୍ଚଳବାସୀ ମୁକ୍ତି ପାଇବେ ତାହା ଆଗକୁ ଦେଖିବା ପାଇଁ ଜନତାଙ୍କୁ ରହିଲା ।
_1781880077.jpg)
_1781880077.jpg)