ଜଗତସିଂହପୁର, 20/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ )
ତାରିଖ - ୧୭.୬. ୨୦୨୬
ଜିଲ୍ଲାର ଅନନ୍ଯ ଶୈବପୀଠ ପଂଚୁପଲ୍ଲୀଠାରେ ଶୀତଳ ଷଷ୍ଠି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ସନ୍ଧ୍ଯାରେ ଶ୍ରୀଗ୍ରାମେଶ୍ବର ମହାଦେବ ଶୀତଳ ଷଷ୍ଠି ପରିଚାଳନା କମିଟି ତରଫରୁ ଡ ଅଭୟ କୁମାର ନାୟକକୁଂ “ଜିଲ୍ଲାଗୌରବ ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ମାନ ପ୍ରଦାନ କରିଥିଲେ ମୁଖ୍ଯ ଅତିଥି ଏରସମା-ବାଲିକୁଦାର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ଏବଂ ଅନ୍ଯାନ୍ଯ ଅତିଥିଗଣ। ଏହି ସଭାରେ ସଭାପତିତ୍ବ କରିଥିଲେ ଶ୍ରୀଯୁକ୍ତ ଶିଶିର କୁମାର ବିଶ୍ବାଳ।
ପ୍ରକାଶ ଥାଉ କି ଡ. ନାୟକ ନାଇଜରର ପ୍ରଥମ କୁଳସଚିବ ଭାବେ ଦୀର୍ଘ ୧୬ ଧରି କାମ କରି ରାଜ୍ଯ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବଟଶ୍ରୀକ୍ଷେତ୍ର ଚାରିଟେବଲ ଟ୍ରଷ୍ଟର ସଭାପତି, ଅମୃତା ଫାଉଣ୍ଡେସନର ଅଧ୍ଯକ୍ଷ, ପୂର୍ଣ୍ଣିମା ଜରାଶ୍ରମର ଅଧ୍ଯକ୍ଷ ଭାବରେ କାମକରି ଜିଲ୍ଲାପାଇଁ ଅନେକ ସମାଜ ଉନ୍ନତି ମୂଳକ କାମରେ ନିଜକୁ ନିୟୋଜିତ କରି ଆସୁଛନ୍ତି। ଜଣେ ପ୍ରତିଷ୍ଠିତ ଲେଖକ ହିସାବରେ ଏ ପର୍ଯ୍ଯନ୍ତ ୩୨ ଖଣ୍ଡ ଆଧ୍ଯାତ୍ମିକ ପୁସ୍ତକ ରଚନା କରି ଓଡିଆ ବାଣୀ ଭଣ୍ଡାରକୁ କରିଛନ୍ତି ସମୃଦ୍ଧ। ଏକାଧାରରେ ସେଜଣେ ପ୍ରଶାସକ, ସାହିତ୍ଯିକ, ସମାଜସେବୀ, ସ୍ତମ୍ଭକାର, ଆଧ୍ଯାତ୍ମିକ ବ୍ଯକ୍ତିତ୍ବ।