ପାରାଦୀପ ଗଡ , 20/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା: ୨୦.୦୬.୨୦୨୬ ରିଖ:

ଜଗତସିଂହପୁର ଜିଲ୍ଲା , କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ "ବିକାଶ ର ଧାରା ଓଡ଼ିଶା ସାରା" କାର୍ଯ୍ୟ କ୍ରମ ରେ ପଞ୍ଚାୟତ ରେ ଥିବା ୧୩ ଗୋଟି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ କରଯାଇଥିଲା l ଏକ ସ୍ଵତନ୍ତ୍ର କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଅଙ୍ଗନୱାଡି କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ୍ ବଣ୍ଟନ କରିଥିଲେ l ସରକାର ଙ୍କ ବିଭିନ୍ନ ଯୋଜନା କୁ ତୃଣମୂଳ ସ୍ତରରେ ରେ ସଫଳ ଭାବେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ l ସି.ଡ଼ି.ପି.ଓ. କୁଜଙ୍ଗ ଶ୍ରୀମତୀ ରାଜଶ୍ରୀ ସାହୁ, ଏଲ୍.ଏସ୍. ସ୍ମୃତି ପ୍ରଜ୍ଞା ମହାପାତ୍ର, ମମତା ପି.ଏ. ଅନ୍ନପୂର୍ଣ୍ଣା ଦାସ, ଏଲ୍.ଏସ୍ ଚିନ୍ତାମଣି କିସ୍କୁ, ଶୁଭଦ୍ରା ସହାୟକ ତ୍ରିଲୋଚନ ମହାନ୍ତି, ପୋଷଣ ସହାୟକ ଶ୍ରୀ ଶୁଭାଶିଷ ଦାସ ପ୍ରମୁଖ ଯୋଗଦେଇଥିଲେ l ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ସଂଯୁକ୍ତ ବେହେରା, ଅରୁନ୍ଧତୀ କର, ଆରତୀ ମିଶ୍ର, ମିନତି ଦଳାଇ, ଲିପି ମହାପାତ୍ର, ଭାରତୀ ଦାସ, ଆରତୀ ସ୍ଵାଇଁ, ପୂଜାରିଣି ସୂତାର, ସୋନାଲି ସ୍ଵାଇଁ, ତଟିନୀ ମହାପାତ୍ର ପ୍ରମୁଖ ଯୋଗଦେଇ ଅତିଥି ଙ୍କ ଠାରୁ ସ୍ମାର୍ଟ୍ ଫୋନ୍ ଗ୍ରହଣ କରିଥିଲେ ଓ ସରକାର ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l