ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କବିସୂର୍ଯ୍ୟନଗର ବ୍ଳକରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ

ଗଂଜାମ, 20/06/2026, ଉତ୍କଳ voice news - utkalvoicenews.comକବିସୂର୍ଯ୍ୟନଗର ୨୦/୦୬/୨୬ ରାଜ୍ୟ ସରକାରଙ୍କ ଶାସନ କରିବାର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଚାଲୁ ରହିଛି ।
Article Image
ସେହିଭଳି ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟ ଠାରେ ଓଡିଶା ସରକାରଙ୍କ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବିଡ଼ିଓ ରାଜେନ୍ଦ୍ର ନାୟକ ପରିଚାଳନା କରିବା ବେଳେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବ୍ଲକ ବିଜେପିର ସୁପରିଚିତ ଯୁବନେତା ଶ୍ରୀ ମନୋଜ କୁମାର ନାହାକ, ଜ଼ିଲ୍ଲା ବିଜେପି ଉପ -ସଭାପତି, ଯୁବମୋର୍ଚା, ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଭାରି ସଭାକୁ ଉଦବୋଧନ ଦେଇଥିଲେ । ସେ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ଗାଁ ଓ ସହରର ବିକାଶ ନେଇ ବିଭିନ୍ନ ଯୋଜନା କରିଛନ୍ତି ।ଏହି ସବୁ ଯୋଜନାକୁ ବାସ୍ତବ କ୍ଷେତ୍ରରେ ଲୋକଙ୍କ ପାଇଁ ବିକାଶ ହେଉଛି । ଏଥିରେ କବିସୂର୍ଯ୍ୟନଗର ବ୍ଲକର ପାଖା ପାଖି୨୦୦ ରୁ ଉର୍ଦ୍ଧ ସ୍ୱାବଲମ୍ବୀ ଯୁବକ ଯୁବତୀ ଯୋଗ ଦେଇ ବିଜେପି ସରକାରର ଉଚ୍ଚ ପ୍ରଶଂସା ଗାନ କରିଥିଲେ ।ଆତ୍ମ ନିର୍ଭର ଉଦ୍ୟୋଗୀ ଙ୍କୁ ଉତ୍ସାହିତ କରିଥିଲେ ମଧ୍ୟ ମୁଖ୍ୟ ଅତିଥି ଶ୍ରୀ ନାହକ ବ୍ରହ୍ମପୁର ଡିଆଇସି ଜେନେରାଲ ମ୍ୟାନେଜର ,ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅଧିକାରୀ ,ଅତିରିକ୍ତ ବିଡ଼ିଓ , ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖଙ୍କ ସହ କବିସୂର୍ଯ୍ୟନଗର ଅଞ୍ଚଳର ବହୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
16