ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚୂନ - କତକୁଲା ଗୋଲ୍ଡ ଷ୍ଟାର ଗ୍ରାମୀଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ l

ଚୂନ - କତକୁଲା, 16/02/2025, ଉତ୍କଳ voice news - utkalvoicenews.com ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୂନ - କତକୁଲା ଖେଳ ପଡିଆ ରେ ଗୋଲ୍ଡ ଷ୍ଟାର କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ୨୫ତମ ସୀମିତ ଓଭର ଡିଉଜ୍ ବଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l
Article Image
ଉକ୍ତ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୦୮ ଗୋଟି କ୍ରିକେଟ୍ ଟିମ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହା ୦୭ ଦିନ ବ୍ୟାପୀ ଅନୁଷ୍ଠିତ ହେବ l ଉଦ୍ଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ଗ୍ରାମାଞ୍ଚଳ ରେ ସୀମିତ ଓଭର ଡିଉଜ୍ ବଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏକ ନିଆରା ଅନୁଭୂତି ଓ ଖେଳ ପଡିଆ ଚତୃପାର୍ଶ ରେ ବସି କୁନି କୁନି ପିଲାମାନେ, ଗାଁ ର ବୟସ୍କ ଲୋକ ମାନେ କ୍ରିକେଟ୍ ଖେଳ ଦେଖିବା ଓ ତlଳିମlରି ଖେଳାଳୀ ଙ୍କୁ ଉତ୍ସାହିତ କରିବା ଅତ୍ୟନ୍ତ ଚିତ୍ତାକର୍ଷକ ବୋଲି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ପାରାଦୀପ ଗଡ ବିଜେପି ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଗଗନ ବିହାରୀ ରାଉତ ଯୋଗଦେଇଥିଲେ l ଉଦ୍ଘାଟନୀ ମ୍ୟାଚରେ ଯାଜପୁର ଓ ପୁରୀ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ll ଉକ୍ତ କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ଅନନ୍ତ ବିଶ୍ଵାଳ, ମନୋଜ ରାଉତ, ଲିପୁନ୍ ବେହେରା, ସଞ୍ଜୟ ବିଶ୍ଵାଳ, ମାନସ ବେହେରା, ରାଜେଶ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ l
Article Image
Article Image
1