ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅବସରପ୍ରାପ୍ତ ସହକାରୀ ଶିକ୍ଷକ ପର୍ଶୁରାମ ସ୍ୱାଇଁ ଙ୍କ ପରଲୋକ

ନୀଳଗିରି, 20/06/2026, ଉତ୍କଳ voice news - utkalvoicenews.com
Article Image
ନୀଳିଗିରି ବ୍ଳକ ନରସିଂହପୁର ଗ୍ରାମର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ପର୍ଶୁରାମ ସ୍ୱାଇଁ (୬୯) ଓରଫ୍ ପର୍ଶୁ ସାର୍ ଗତକାଲି ୧୯/୬/୨୦୨୬ ରିଖ ଶୁକ୍ରବାର ରାତି ୩ଟା ବାଜି ୩୦ ମିନିଟରେ ହୃଦ୍‌ଘାତରେ ଇହଧାମ ତ୍ୟାଗ କରିଛନ୍ତି । ସେ ଗ୍ରାମରେ ଥିବା ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମୁଖ୍ୟ ପରଧା ହିସାବରେ କାମ କରୁଥିଲେ । ସଧ୍ୟା ସମୟରେ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ନିକଟସ୍ଥ ରେମୁଣା ସ୍ୱାସ୍ଥ୍ୟକେଦ୍ର କୁ ନେବା ସମୟରେ ତାଙ୍କର ପରଲୋକ ହୋଇଥିଲା । ସେ ଜଣେ ମେଳାପି, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ସେ ତାଙ୍କର ଚାକିରୀ ଜୀବନ ନରସିଂହପୁର M. E. ସ୍କୁଲର ଆରମ୍ଭ କରି ପାଟଣା ନୋଡାଲ୍, ଜୁଣକୋଇଲି ଉ. ପ୍ରା. ତଥା ଶେଷରେ ସଂଗ୍ରାମପୁର U. G. M. E. ସ୍କୁଲରେ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଭାବରେ ଚାକିରୀ ସମାପ୍ତ କରିଥିଲେ । ତାଙ୍କର କର୍ତ୍ତବ୍ୟନିଷ୍ଠା, ଛାତ୍ରବତ୍ସଳ ପାଇଁ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ସେ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମଞ୍ଚ ନୀଳଗିରି ରେ ଯୁଗ୍ମ ସଂପାଦକ ରହି କାର୍ଯ୍ୟଭାର ତୁଲାଉଥିଲେ । ସେ ତା-୨୪/୦୨/୧୯୫୮ ମସିହା ରେ ଜନ୍ମ ଗ୍ରହଣ କରି ନିଜର ସମସ୍ତ କର୍ତ୍ତବ୍ୟ କୁ ବେଶ୍ ପ୍ରଶଂସିତ ଭାବେ ସମାପ୍ତ କରି ତା-୧୯/୦୬/୨୦୨୬ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ତିରୋଧନ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିମ୍ନ ମାଧ୍ୟମିକ ଶିକ୍ଷକ ସଂଗଠର କର୍ମକର୍ତ୍ତା ଯଥା ବସନ୍ତ କୁମାର ଖୁଣ୍ଟିଆ, ଗୌରାଙ୍ଗ ପ୍ରସାଦ ପଟ୍ଟନାୟକ, ମକରନ୍ଦ ମଣ୍ଡଳ, ଗଦାଧର ବେହେରା, ଭାଗବତ ବେହେରା, ସାରଥୀ ବେହେରା, ନିରଞ୍ଜନ ବିଶ୍ୱାଳ, କୌଳାଶ ମଲ୍ଲିକ୍, ବିଦ୍ୟାଧର ନାୟକ, ଭାସ୍କରଚନ୍ଦ୍ର ମିଶ୍ର, ନିରଞ୍ଜନ ପ୍ରସାଦ ବାରିକ, ସୁଦର୍ଶନ ରାଉତ, କାର୍ତ୍ତିକ ଚନ୍ଦ୍ର ନାୟକ, ଗଣେଶ୍ଵର ବେହେରା, ରାଜକିଶୋର ମଲ୍ଲିକ୍, ସୁରେନ୍ଦ୍ର କୁମାର ପ୍ରଧାନ, ମହେଶ୍ୱର ରାଉତ ସମେତ ଅନ୍ୟ ଶିକ୍ଷାବିତ୍ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
5