ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁର୍ଘଟଣାଗ୍ରସ୍ତ ଗୋମାତା ଙ୍କୁ ଚିକିତ୍ସା କରାଇଲେ ଗୋ ସେବକ ଡାକ୍ତର ରବିନ୍ଦ୍ର ମଲ୍ଲିକ

ଏରସମା, 21/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ଅଧିନ ବାଲିତୁଠ ବନାପାଟ ରାସ୍ତା ମଝିରେ ଏକ ବୁଲା ଗାଇକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା।ଘଟଣା ସ୍ଥଳରେ କ୍ଷୋତ ବିକ୍ଷୋତ ଅବସ୍ଥାରେ ଗାଈଟି ପଡିରହିଥିଲା।ସେଇ ବାଟ ଦେଇ ସମାଜସେବୀ ତଥା ଗୋ ସେବକ ଡାକ୍ତର ରବିନ୍ଦ୍ର ମଲ୍ଲିକ କଙ୍କରଦିଆ ଯାଉଥିବା ସମୟରେ ତାଙ୍କ ନଜରେ ପଡିଥିଲା ଛୋଟ ଗୋମାତା ରାସ୍ତା କଡରେ ଦୁର୍ଘଟଣା ଗ୍ରସ୍ତ ହେଇ ପଡିଥିବାର ଦେଖି ତୁରନ୍ତ ସାଙ୍ଗେ କିଛି ସ୍ଥାନୀୟ ବାଟେଇଙ୍କ ସାହାଯ୍ୟରେ ଗୋମାତା ଙ୍କୁ ଆଣି ପାଖ ଜଙ୍ଗଲ କଡକୁ ଉଦାହର କରି ଗଛ ଛାଇରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଇଥିଲେ।ତାଙ୍କ ପାଖରେ ଥିବା ସାଲାଇନ୍,ଇଞ୍ଜୋସନ୍,ମଲମ ଆଦି ଲଗାଇ ଚିକିତ୍ସା କରିଥିଲେ।ତାଙ୍କ ସହିତ ସ୍ଥାନୀୟ ଯୁବକ ଲିପୁ ମହାପାତ୍ର, ଅନିଲି ପଟ୍ଟନାୟକ,ତପୁ ଦଳାଇ,ରାଜା ଜେନା,ନାରାୟଣ ସ୍ୱାଇଁ ପ୍ରମୁଖ ଗୋମାତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବାରେ ସହଯୋଗ କରିଥିଲେ।ଡାକ୍ତର ରବିନ୍ଦ୍ର ମଲ୍ଲିକ ପୋଷାରେ ଜଣେ ପଶୁ ଚିକିତ୍ସକ ହେଲେ ମଧ୍ୟ ତାଙ୍କର ଏପରି ପଶୁପକ୍ଷୀ ମାନଙ୍କ ପ୍ରତି ଭଲ ପାଇବା ଓ ନିଜ ଖର୍ଚ୍ଚରେ ବୁଲା ଗାଇ ଗୋରୁ ମାନଙ୍କୁ ଚିକିତ୍ସା କରାଇ ଭଲ କରିବା ମାନବିକତାର ଉଦାହରଣ ସାଜିଛନ୍ତି,ଅନ୍ୟମାନଙ୍କ ପାଇଁ,ଯାହାକୁ ନେଇ ଏଭଳି କାର୍ଯ୍ୟପାଇଁ ଅଞ୍ଚଳ ପକ୍ଷରୁ ପ୍ରଶଂସାର ଛୁଅ ଛୁଟୁଛି।
6