ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ସମ୍ବର୍ଦ୍ଧିତ

ତିର୍ତ୍ତୋଲ, 22/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଶାଗବlରିଆ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ଅନୁଷ୍ଠାନର ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କୁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ତାପସ ରାଜ ମହାରଣା, ଅଧ୍ୟକ୍ଷ ବୈଜ୍ଞାନିକ ଇଂ ଶରତ ଚନ୍ଦ୍ର ଦାଶ ଓ ପୁରୋଧା ବୈଜ୍ଞାନିକ ଇଂ କାର୍ତ୍ତିକ ଚନ୍ଦ୍ର ସ୍ବାଇଁଙ୍କ ତତ୍ତ୍ୱlବଧାନରେ ଅନୁଷ୍ଠିତ ସଭାରେ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟର ପ୍ରଥମ ଟପ୍ପର ଓ ଆଇ ଏ ଏସ ତଥା କର୍ଣ୍ଣାଟକର ଅବସରପ୍ରାପ୍ତ ଚିଫ ସେକ୍ରେଟାରୀ ସୁଭାଷ ଚନ୍ଦ୍ର ଖୁଣ୍ଟିଆ, ଓଡ଼ିଆ ଗୀତିକବି ସମାଜ କାର୍ଯ୍ୟକାରୀ ସଭାପତି ଲିଙ୍ଗରାଜ ରଥ, କର୍ଣ୍ଣାଟକ ପ୍ରଫେସର ମମତା ସାଗା, ଗୀତିକବି ପ୍ରେମଚାନ୍ଦ ମହାନ୍ତି, ଇଂ ଅବନ୍ତୀ ସ୍ୱାଇଁ, ଅନୁରୂପା ସିଂ ପ୍ରମୁଖ ଉପସ୍ଥିତ ହୋଇ ଶ୍ରୀମତୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ସମ୍ବର୍ଦ୍ଧନା ପାଇଁ ସୁଶ୍ରୀ ଶୁଭଶ୍ରୀ ପରିବାର ତରଫରୁ ଉଛ୍ୱସିତ ପ୍ରଶଂସା କରାଯାଇଛି l
3