ପାରାଦୀପ ଗଡ , 22/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା: ୨୧.୦୬.୨୦୨୬ ରିଖ :
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ "ଆନ୍ତର୍ଜାତୀୟ ଯୋଗ ଦିବସ" ପାଳନ କରାଯାଇଛି l ପୂର୍ବାହ୍ନ ରେ ପଞ୍ଚାୟତ ସଭାଗୃହ ପରିସରରେ ଶତାଧିକ ପୁରୁଷ ଓ ମହିଳା ମାନେ "ଯୋଗ ଶିବିର" ରେ ଅଂଶ ଗ୍ରହଣ କରି ଯୋଗାଭ୍ୟାସ କରିଥିଲେ l ଯୋଗ ଶିକ୍ଷକ ଶଶାଙ୍କ ଶେଖର ମଙ୍ଗରାଜ ଓ ଜୀବନ ଧନ ବେହେରା ଯୋଗ ପ୍ରଶିକ୍ଷଣ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଅଲେଖ ମହାରଥା, ଉମେଶ ତରାଇ, ଉଲ୍ଲାସ ମହାରଥା, ସି.ଏଚ,ଓ. ଚିନୁ ପ୍ରଭା ନାୟକ ପ୍ରମୁଖ ଯୋଗଦେଇ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରିଥିଲେ l