ପାରାଦୀପ ଗଡ, 04/12/2024, ଉତ୍କଳ voice news - utkalvoicenews.comପାରାଦୀପ ଗଡ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ କର୍ମଶାଳା ରେ ପଞ୍ଚାୟତ ର ଶତାଧିକ ଜନସାଧାରଣ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଅନ୍ତର୍ଭୁକ୍ତ କରିଥିଲେ l ପଞ୍ଚାୟତ ରେ ଯେଉଁ ମାନଙ୍କର ଚାଳ ଛପର ଘର, ଆଜବେଷ୍ଟସ ଘର ଅଛି ଓ ବାପା ର ପାଞ୍ଚଟି ପୁଅ ଥିଲେ ବି ସେମାନେ ଘର ପାଇ ପାରିବେ ବୋଲି ବୋଲି ଆଲୋଚନା ହୋଇଥଲା l ବ୍ଲକ୍ ତରଫରୁ ଗଠନ କରାଯାଇଥିବା କମିଟି ସହିତ ହିତାଧୀକାରୀ ନିଜେ ତଦନ୍ତ ରେ ପ୍ରକ୍ରିୟା ରେ ସାମିଲ ହେବେ l ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ଭୁକ୍ତ କରାଯାଇ ପର୍ଯ୍ୟାୟ କ୍ରମେ କିମ୍ବା ଏକ ସମୟରେ ସମସ୍ତ ହିତାଧୀକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରାଯିବ l ପଞ୍ଚାୟତ ରେ ଥିବା ୧୨ ଗୋଟି ରାଜସ୍ବ ଗ୍ରାମ ମଧ୍ୟରୁ ୦୪ ଗୋଟି ଗ୍ରାମରେ କୌଣସି ବ୍ୟକ୍ତି ଙ୍କର ସ୍ଥିତବାନ ଘର ଢ଼ିଅ ନାହିଁ l ସେମାନେ କିପରି ପକ୍କା ଘର ପାଇପାରିବେ ସେ ସଂମ୍ପର୍କରେ ସମ୍ପର୍କରେ ମଧ୍ୟ ଆଲୋଚନା କରlଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ଜେନା, ଗ୍ରାମ ରୋଜଗାର ସେବକ ସିପ୍ରାରlଣି ପତି, ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ନିୟମାବଳୀ ଓ ପ୍ରକିୟା ସମ୍ପର୍କରେ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଅଲେଖ ମହlରଥl, ସନ୍ତୋଷ ଦୋରା, ପ୍ରଭାତ ସାହୁ, ଚନ୍ଦ୍ରଶେଖର ଚୌଧୁରୀ, ବିଷ୍ଣୁ ଚରଣ ସାହୁ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ପରିଚାଳନା କରିଥିଲେ l

