କୁଜଙ୍ଗ / ବଳରାମପୁର , 22/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା - ୨୨/୬/୨୬ :
ବଳରାମପୁରରେ ଭକ୍ତିର ନୂଆ ଅଧ୍ୟାୟ : ଗୋପାଳ ସମାଜର ଇଷ୍ଟଦେବ ମଦନ ମୋହନ ପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା
ଗ୍ରାମର ଗୋପାଳ ସମାଜ ତଥା ସମଗ୍ର ଗ୍ରାମବାସୀଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ବଳରାମପୁର ଗ୍ରାମର ଇଷ୍ଟଦେବତା ତଥା ଗୋପାଳ ସମାଜର ମୁଖ୍ୟ ଠାକୁର ମଦନ ମୋହନ ପ୍ରଭୁଙ୍କ ପାଇଁ ନୂତନ ଭାବେ ନିର୍ମିତ ସୁସଜ୍ଜିତ ମନ୍ଦିରରେ ଆଜି ମହାସମାରୋହରେ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଯାଇଛି। ଛାତ ଘରୁ ପକ୍କା ମନ୍ଦିରକୁ ଯାତ୍ରା ଦୀର୍ଘ ବର୍ଷ ଧରି ମଦନ ମୋହନ ପ୍ରଭୁ ଏକ ଛୋଟ ଛାତ ଘରେ ପୂଜା ପାଉଥିଲେ। ଗ୍ରାମର ଗୋପାଳ ସମାଜ ଓ ଭକ୍ତମାନଙ୍କ ମନରେ ପ୍ରଭୁଙ୍କ ପାଇଁ ଏକ ସ୍ଥାୟୀ ମନ୍ଦିର ନିର୍ମାଣର ବହୁଦିନର ଇଚ୍ଛା ଥିଲା। ସମସ୍ତ ଗ୍ରାମବାସୀ ଓ ବିଶେଷ କରି ଗୋପାଳ ସମାଜର ସଦସ୍ୟମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଆର୍ଥିକ ସହଯୋଗରେ ଆଜି ସେହି ସ୍ୱପ୍ନ ସାକାର ହୋଇଛି।

ପ୍ରତିଷ୍ଠା ଉତ୍ସବର ଝଲକ ଆଜି ସକାଳୁ ବୈଦିକ ରୀତିନୀତି ଅନୁଯାୟୀ ହୋମ-ଯଜ୍ଞ, କଳସ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶତାଧିକ ଭକ୍ତଙ୍କ ଉପସ୍ଥିତିରେ "ଜୟ ମଦନ ମୋହନ" ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଓ ପ୍ରଭୂ ନାମ କୀର୍ତ୍ତନ ଗ୍ରାମ ପାରିକର୍ମା ସହ ଅନଦ ପୁରା ଗ୍ରାମ। ନୂତନ ମନ୍ଦିରରେ ପ୍ରଭୁଙ୍କୁ ସ୍ଥାପନ କରାଯିବା ପରେ ମହାପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଭକ୍ତଙ୍କ ଭାବବିହ୍ୱଳ ପ୍ରତିକ୍ରିୟା ଗୋପାଳ ସମାଜର ଜଣେ ବୟୋଜ୍ୟେଷ୍ଠ ସଦସ୍ୟ ମାନଙ୍କ କହିବା କଥା , "ଆମ ପୂର୍ବପୁରୁଷଙ୍କ ସମୟରୁ ମଦନ ମୋହନ ପ୍ରଭୁ ଆମକୁ ରକ୍ଷା କରି ଆସୁଛନ୍ତି। ଛାତ ଘରେ ଥାଇ ବି ସେ ଆମ ଡାକ ଶୁଣୁଥିଲେ। ଆଜି ତାଙ୍କୁ ନୂଆ ଘର ଦେଇ ଆମେ ଧନ୍ୟ। ଏହା କେବଳ ମନ୍ଦିର ନୁହେଁ, ଆମ ବିଶ୍ୱାସର ପ୍ରତୀକ।" ବଳରାମପୁରରେ ନୂଆ ଇତିହାସ ପାଉଥିବା ଗୋପାଳ ସମାଜର ଇଷ୍ଟଦେବ ମଦନ ମୋହନ ପ୍ରଭୁଙ୍କ ପାଇଁ ଆଜି ନୂତନ ମନ୍ଦିର ପ୍ରତିଷ୍ଠା ହେଲା।