ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଂଗ୍ରେସ ର ଜୋନ୍ ସ୍ତରୀୟ ପ୍ରସ୍ତୁତି ବୈଠକ,"ପଞ୍ଚାୟତ ଚାଲ"

ଏରସମା, 22/06/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ବୁଥ ଚାଲ,ପଞ୍ଚାୟତ ଚାଲ ଅଭିଯାନ ପରିପ୍ରେକ୍ଷୀରେ ଏରସମା ବ୍ଲକ ୧ ନମ୍ୱର ଜୋନ କଂଗ୍ରେସ ସଭାପତି ଅରୁଣ କୁମାର ପ୍ରଧାନ ଙ୍କ ତତ୍ଵାବଧାନରେ ଜୋନ୍ ସ୍ତରୀୟ ସମାବେଶ ପଏଦା ପଞ୍ଚାୟତ ଗୋଠ ମେଳଣ ପଡିଆ ସମ୍ମୁଖସ୍ଥ ଶାରଳା ମଣ୍ଡପ ରେ ଆୟୋଜିତ ହୋଇଥିଲା।ଏରସମା ବ୍ଲକ୍ କଂଗ୍ରସ କମିଟି ର ସଭାପତି ଶ୍ରୀଯୁକ୍ତ ପିନାକୀ ନାରାୟଣ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସଭାରେ ବାଲିକୁଦା ଏରସମା ର କଂଗ୍ରେସ ନେତା ଇଁ.ନଳିନୀ କୁମାର ସ୍ବାଇଁ, ପଇଦା ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଦୀପ୍ତିରାଣୀ ପ୍ରଧାନ,ପୂର୍ବତନ ପିସିସି ସଭ୍ୟ ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଳ,ପୂର୍ବତନ ଜିଲ୍ଲା ପରିଷଦ ବୈଷ୍ଣବ ଚରଣ ନାୟକ,ଏରସମା ବ୍ଲକ କଂଗ୍ରେସ କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ଅବସର ପ୍ରାପ୍ତ ଶିକ୍ଷାବିତ୍ ପ୍ରସନ୍ନ କୁମାର ସ୍ବାଇଁ ଯୋଗ ଦେଇ କର୍ମୀ ମାନଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରତ୍ୟକ୍ ପଞ୍ଚାୟତ ଓ ବୁଥ ସ୍ତରରେ ଏକଜୁଟ୍ ହୋଇ କଂଗ୍ରେସ ସରକାର ସମୟର ଜନ କଲ୍ୟାଣ କାରି ଯୋଜନା ଓ ପରବର୍ତ୍ତୀ ସରକାର ମାନଙ୍କର ଜନ ବିରୋଧି ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏରସମା ବ୍ଲକ କଂଗ୍ରେସ ଉପ ସଭାପତି ସୁଧାକର ଖଟୁଆ,ମାନଗୋବିନ୍ଦ ଦାସ,ଯଶୋବନ୍ତ ବର୍ଦ୍ଧନ,
Article Image
ସାଧାରଣ ସମ୍ପାଦକ ଦୀପକ କୁମାର ପ୍ରଧାନ,ଜିତେନ୍ଦ୍ର ମହାନ୍ତି,ସମ୍ପାଦକ ଦିବାକର ବେହେରା,ଚନ୍ଦନ ସାହୁ,ଅଜୟ ସାହୁ,ରମାକାନ୍ତ ସ୍ୱାଇଁ,ସୋମପୁର ପଞ୍ଚାୟତ ସଭାପତି ନକୁଳ ଚରଣ ସ୍ୱାଇଁ,ନାର୍ଦୀୟା ପଞ୍ଚାୟତ ସଭାପତି ମାନସ କୁମାର ପରିଡ଼ା,ପୋଖରିଆପଡ଼ା ସଭାପତି ଦୁର୍ମର୍ଦ୍ ହାତୀ, ପଏଦା ପଞ୍ଚାୟତ ସଭାପତି ପ୍ରଭାତ ଚନ୍ଦ୍ର ଦାସ,କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ସଭାପତି ସୁବୋଧ କୁମାର ଜେନା,ପଲ୍ଲୀକଣ୍ଟା ପଞ୍ଚାୟତ ସଭାପତି ବଳରାମ ଲେଙ୍କା ଉପସ୍ଥିତି ରହି ଆଲୋଚନା ରେ ଭାଗନେଇ ସାଂଗଠାନିକ ସୁଦୃଢ଼ତା ସମ୍ବନ୍ଧୀୟ ମତାମତ ରଖିଥିଲେ।ପଲ୍ଲୀକଣ୍ଟା ପଞ୍ଚାୟତ ର ନୂତନ ସଭାପତି ବଳରାମ ଲେଙ୍କା ଓ ସମ୍ପାଦକ ତଥାଗତ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ସଭାରେ ୧ ନମ୍ୱର ଜୋନ ଅନ୍ତର୍ଗତ ଛଅ ଗୋଟି ପଞ୍ଚାୟତ ରୁ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
5