ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭୂମିପୂଜନ ଉତ୍ସବ ଓ ଭିତ୍ତି ପ୍ରସ୍ତର ସ୍ଥାପନ

ଏରସମା, 22/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଦୀର୍ଘ ଦିନ ଧରି ଭଡ଼ା ଘରେ ଚାଲି ଆସୁଥିବା ଏରସମା ଶାଖା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଲିମିଟେଡ ଆଜି ନିଜର ଜାଗାରେ ଭୂମି ପୂଜନ କରାଯାଇଅଛି।ଏରସମା ବଜାର ଠାରେ ପ୍ରାୟ ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏରସମା ଶାଖା କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି।ସୋମବାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏରସମା ଶାଖା ପରିଚାଳକ କ୍ଷେତ୍ର ମୋହନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ, ଶାଖା କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଉପ ସଭାନେତ୍ରୀ ଆରତୀ ମହାନ୍ତି,ଡାଇରେକ୍ଟର ସରୋଜ କୁମାର ମହାପାତ୍ର,ବାଲିତୁଠ ପ୍ରାଥମିକ କ୍ରୃଷି ସମବାୟ ସମିତି ସଭାପତି ହରିହର ଲିଙ୍ଗରାଜ ମହାନ୍ତି,ଚଟୁଆ ପ୍ରାଥମିକ କ୍ରୃଷି ସମବାୟ ସମିତି ସଭାପତି ସଞ୍ଜୟ ମହାନ୍ତି,ଏରସମା ପ୍ରାଥମିକ କ୍ରୃଷି ସମବାୟ ସମିତି ସଭାପତି ଦେବ ଜେନାଙ୍କ ସମେତ ବିଭିନ୍ନ ପ୍ରାଥମିକ କ୍ରୃଷି ସମବାୟ ସମିତିର ସଭାପତି ଓ ସମ୍ପାଦକ ମାନେ ଯୋଗଦେଇ ଥିଲେ।
6