ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁଦୁପୁରରେ ଗାଦିବ୍ରହ୍ମ ସତ୍ୟନାରାୟଣ ପାଲା ଉଦ୍‌ଯାପିତ

ଜଗତସିଂହପୁର, 22/06/2026, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) ତା - ୨୧/ ୬ :
Article Image
ଜଗତସିଂହପୁର ବ୍ଳକ ମୁଦୁପୁର ପଞ୍ଚାୟତର ମୁଦୁପୁର ଗ୍ରାମର ସର୍ବପ୍ରାଚୀନ ଗାଦିବ୍ରହ୍ମ ସତ୍ୟନାରାୟଣ ପାଲା ଅନୁଷ୍ଠାନର "ରାଜପର୍ବ " ଉପଲକ୍ଷେ ଗାୟିକା ମନ୍ଦାକିନୀ ଲକ୍ଷ୍ମୀପ୍ରିୟା ଦାଶଙ୍କ ପରିବେଷିତ ପାଲା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ମଞ୍ଚକୁ ଜଗତସିଂହପୁରର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଉଦ୍ ଘାଟନ କରିଥିଲେ । ଦୁଇଦିନ ଧରି ଗାୟିକା ଲକ୍ଷ୍ମୀପ୍ରିୟା ଭାରତୀୟ ପୁରାଣ ସାହିତ୍ୟ ଓ ଶାସ୍ତ୍ରାଦିରୁ ବିଭିନ୍ନ ଉଦାହରଣ ଦେଇ ପ୍ରାଚୀନ ଓଡ଼ିଆ କାବ୍ୟକବିତାରୁ ପର୍ଯ୍ୟାପ୍ତ ଅଳଙ୍କାର ପ୍ରଦାନ କରି ଥିଲେ । ସେ ଦର୍ଶକମାନଙ୍କୁ ସୁମଧୁର କଣ୍ଠରେ ଗାୟନ ବ୍ୟାଖ୍ୟା ସହ ନୃତ୍ୟ ସଙ୍ଗୀତ କଳା ସହ ପାଲା ପରିବେଷଣ କରି ପ୍ରଶଂସାର ପାତ୍ର ହୋଇଥିଲେ । ଉଦ୍‌ଯାପନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ସାହିତ୍ୟିକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ବରେଣ୍ୟ ଅତିଥି ଶିକ୍ଷା ବିତ୍ ଶିଶିର କୁମାର ତ୍ରିପାଠୀ, କବୟିତ୍ରୀ ମନୋରମା ଦାଶ, ପାଲା କମିଟିର ରାଜକିଶୋର ପଣ୍ଡା, ନୀଳମଣି ନାୟକ ମଞ୍ଚାସୀନ ହୋଇ ଗାୟିକାଙ୍କୁ ନବ କାକଳି ଅନୁଷ୍ଠାନ ତରଫରୁ ଶାଲ,ପୁସ୍ତକାବଳୀ ଟ୍ରଫି ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଦୁପୁର ଗ୍ରାମବାସୀ, କମିଟି ସଦସ୍ୟ ଏବଂ ପାଲାପ୍ରେମୀଗଣ ସହଯୋଗ କରିଥିଲେ ।
Article Image
9