ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଷ୍ଟଡି ଲାଇଫ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ରେ ୧୨ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଢେଙ୍କାନାଳ, 22/06/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) ୨୧/୦୬ :
Article Image
ମାନ୍ୟବର ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ଵାନ କ୍ରମେ ଆଜି ଭାରତ ସମେତ ସାରା ବିଶ୍ୱର ୨୦୦ ରୁ ଅଧିକ ଦେଶ ରେ ମିଳିତ ଭାବେ ଆୟୋଜନ କରା ଯାଇଅଛି ଆନ୍ତର୍ଜାତୀୟ ଯୋଗ ଦିବସ। ସମଗ୍ର ବିଶ୍ଵ କୁ ବସୁଧୈବ କୁଟୁମ୍ବକମ୍ ର ବାର୍ତ୍ତା ଦେଇ ସୁସ୍ଥ ଜୀବନଯାପନ କରିବା ର ମାଧ୍ୟମ ପାଲଟିଛି ଏହି ଯୋଗ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଷ୍ଟଡି ଲାଇଫ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ଯୋଗ ପ୍ରଶିକ୍ଷିକା ଶ୍ରୀମତୀ ମୋନାଲିସା ସାହୁ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ୨୧ ଆନ୍ତର୍ଜାତୀୟ ଯୋଗ ଦିବସ । ଏଥିରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଆଶିଷ କୁମାର ପଣ୍ଡା ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗର ଆବଶ୍ୟକତା ତଥା ନିରୋଗ ଓ ସୁସ୍ଥ ଜିବନଯାପନ ର ବାର୍ତା ଦେଇଥିଲେ। ଯୋଗ ମାଧ୍ୟମରେ ବୟସକୁ ନିୟନ୍ତ୍ରିତ କରି ଆକର୍ଷକ ଓ ବଳିଷ୍ଠ ରହିବା ହେଉଛି ଏହି ବର୍ଷ ଯୋଗ ଦିବସର ବାର୍ତ୍ତା । ଅନୁଷ୍ଠାନ ର ସମ୍ପାଦକ ଅବିନାଶ ପଣ୍ଡା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଯୋଗଦେଇ ଯୋଗ ଶିକ୍ଷା ଲାଭ କରିଥିଲେ ।
Article Image
Article Image
19