ଏରସମା, 16/02/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଲକ କପ୍ତେଶ୍ଵର ବିଦ୍ୟାପୀଠ ଢ଼ିଙ୍କିଆ ୨୦୦୩ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଓ ବଣଭୋଜି ବିଗତ ୨୩ ବର୍ଷପରେ ଢ଼ିଙ୍କିଆ ଜଟାଧାର ବେଳାଭୁମି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଏକାଠି ହୋଇ ନିଜ ନିଜର ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ରୋମନ୍ଥନ କରିଥିଲେ।ଏଥିସହିତ ପରଷ୍ପର ପାରିବାରିକ ଜୀବନ ସମ୍ପର୍କରେ ଅବଗତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେ ପକାଇବାପାଇଁ ପ୍ରତ୍ୟେକ ବର୍ଷ ଏହିପରି ବନ୍ଧୁମିଳନ କରିବାକୁ ଏହି ଅବସରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାକ୍ତନ ଛାତ୍ର ସୋମନାଥ ମଲ୍ଲିକ, ଗୁରୁପ୍ରସାଦ ସାହୁ, କୈଳାସ ସେଠୀ, ପ୍ରମୋଦ ଦାସ, ରାଜକିଶୋର ବରାଳ,ଜୀବନ ଦାସ,ମନୋରମା ସାହୁ,ଅମୀତା ମହାନ୍ତି, ରେବତୀ ସୂତାର, ପ୍ରୀତି ସ୍ୱlଇଁ,ମାଳତୀ ଲେଙ୍କାଙ୍କ ସମେତ ୨୦୦୩ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ବନ୍ଧୁ ମିଳନରେ ଯୋଗ ଦେଇଥିଲେ ।