ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ଅନ୍ନ ଯୋଜନା ରେ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୦୫ କିଲୋ ଚାଉଳ ବଣ୍ଟନ l

ପାରାଦୀପ ଗଡ , 23/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ରଙ୍ଗିଆଗଡ଼ ଠାରେ ମୁଖ୍ୟମନ୍ତ୍ରୀ ଅନ୍ନ ଯୋଜନା ରେ ପ୍ରତି ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୦୫ କିଲୋ ଚାଉଳ ବଣ୍ଟନ କରାଯାଇଅଛି l ରଙ୍ଗିଆଗଡ ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ମାଗଣରେ ଅତିରିକ୍ତ ୦୫ କିଲୋ ଚାଉଳ ବଣ୍ଟନ କରିଥିଲେ l ମୁଖ୍ୟମନ୍ତ୍ରୀଙ୍କ ଏପରି ଜନ ମଙ୍ଗଳ ଯୋଜନା ଦ୍ବାରା ଓଡ଼ିଶାରେ କେହି ଜଣେ ବି ଅନାହାରରେ ମୃତ୍ୟୁ ବରଣ କରିବେ ନାହିଁ ବୋଲି ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ଅଞ୍ଜନା ସାହୁ, ଡଲି ସାହୁ, ଉତ୍ତମା ସାମଲ, ଆରତୀ ସ୍ଵାଇଁ, ଅହଲ୍ୟା ସାହୁ, ସନ୍ଧ୍ୟା ହାତୀ, ମିନତୀ ମଣ୍ଡଳ, ମାମିନା ଓଝା, ରବୀନ୍ଦ୍ର ସ୍ବାଇଁ, ଶରତ ପରିଡ଼ା, ଧୀରେନ୍ଦ୍ର ଦଳାଇ , କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନ ଯୋଜନା ରେ ଅତିରିକ୍ତ ୦୫ କିଲୋଗ୍ରାମ ଚାଉଳ ପ୍ରଦାନ ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ରିଟେଲରେ ସତ୍ୟାନନ୍ଦ ରାଉତ, ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ପ୍ରଭାତ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
Article Image
Article Image
32