ଏରସମା, 23/06/2026, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
_1782232699.jpg)
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ "ବିକାଶର ଧାରା ଓଡିଶା ସାରା" ପରିପ୍ରେକ୍ଷୀରେ,ମଙ୍ଗଳବାର ଏରସମା ବ୍ଲକ୍ ସ୍ତରୀୟ କୃଷକ ସମ୍ବାଦ ବୈଠକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ଏରସମା ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା,ସାଂସଦଙ୍କ ଏରସମା ବ୍ଲକ୍ ପ୍ରତିନିଧି ଜଟାଧାରୀ ସ୍ଵାଇଁ ଯୋଗଦେଇ,ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ସହିତ ଏହାର ସଫଳ ରୂପାୟନ ପାଇଁ ସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ।ଏହି ଅବସରରେ ଆୟୋଜିତ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳାରେ ଜଗତସିଂହପୁର କୃଷିବିଜ୍ଞାନ କେନ୍ଦ୍ର ବରିଷ୍ଠ ମ୍ରୃତିକା ବିଶେଷଜ୍ଞ ଡକ୍ଟର ପ୍ରଦୀପ୍ତ କୁମାର ମାଝୀ,ଏରସମା ପ୍ରାଣୀ ଚିକିତ୍ସକ ଡାକ୍ତର ସୁଜିତ କୁମାର ବିଶ୍ଵାଳ, ସହକାରୀ ମତ୍ସ୍ୟ ସମ୍ପଦ ଅଧିକାରୀ ଦ୍ବାରିକାନାଥ ଦାସ,କୃଷି ଅଧିକାରିଣୀ ସୋଫିଆ ସ୍ଵାଇଁ,ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ଅର୍ପିତା ମିଶ୍ର ଯୋଗଦେଇ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଯୋଗୁଁ କ୍ରମଶଃ ମାଟି ତା'ର ଉର୍ବରତା ହରାଉଥିବା ବେଳେ ଜୈବିକ ପଦ୍ଧତିର ଚାଷ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।ଡିଜିଟାଲ ଏଗ୍ରିକଲଚର ଓ କୃଷକ ପଞ୍ଜିକରଣ,ଉଦ୍ୟାନ କୃଷି,ମତ୍ସ୍ୟ ଓ ପଶୁପାଳନ ସମ୍ପର୍କିତ ବିଭିନ୍ନ ଯୋଜନା ଓ ତାର ସଫଳ ରୂପାୟନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।