ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ‘ସାହିତ୍ୟାୟନ-୨୦୨୬’

ଏରସମା, 23/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ଓଡ଼ିଶା ବାହାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଆସୁଥିବା ବାଙ୍ଗାଲୋରର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ‘ସାହିତ୍ୟାୟନ-୨୦୨୬’ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍ଗାଲୋର, ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ କବି, ଲେଖକ, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗଦେଇ ଏହାକୁ ସ୍ମରଣୀୟ କରିଥିଲେ।
Article Image
ସମାଜର ଅଧ୍ୟକ୍ଷ ତଥା ଇସ୍ରୋ ବୈଜ୍ଞାନିକ ଶ୍ରୀ ଶରତ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖିକା ଶ୍ରୀମତୀ ବନଜ ଦେବୀ ଓ କର୍ଣ୍ଣାଟକର ପ୍ରାକ୍ତନ ମୂଖ୍ୟ ସଚିବ ତଥା ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀମତୀ ବନଜ ଦେବୀ ଓଡ଼ିଆ ଭାଷା ଓ ସାହିତ୍ୟର ବିଶ୍ୱବ୍ୟାପୀ ପ୍ରସାର ପାଇଁ ପ୍ରବାସୀ ଓଡ଼ିଆଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିବା ବେଳେ ଶ୍ରୀ ସୁବାସ ଚନ୍ଦ୍ର ଖୁଣ୍ଟିଆ ସାହିତ୍ୟ ମାଧ୍ୟମରେ ସମାଜକୁ ସଂଯୋଗ କରିବାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ କର୍ଣ୍ଣାଟକର ବିଶିଷ୍ଟ ଲେଖିକା ଶ୍ରୀମତୀ ମମତା ଜି ସାଗର ମୁଖ୍ୟ ଅତିଥି ଏବଂ ଶ୍ରୀ ସୁରେଶ ସମୁହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ, ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧର ବିକାଶରେ ଏପରି ଅନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସମାଜର ବାର୍ଷିକ ସାହିତ୍ୟ ପତ୍ରିକା ‘କଥା ଉତ୍କଳ’ ଉନ୍ମୋଚିତ ହୋଇଥିଲା। ଏହା ସହିତ ବିଶିଷ୍ଟ ଅନୁବାଦିକା ଅନୁରୂପା ସିଂଙ୍କ ଅନୁବାଦ ଗ୍ରନ୍ଥ "ମାଧବ କୌସିକ୍ ଙ୍କ "ନିର୍ବାଚିତ ଗଳ୍ପ" ଏବଂ ସୁବ୍ରତା ସୁଦର୍ଶିନୀ ବେହେରାଙ୍କ ଗଳ୍ପ ସଂକଳନ "ଝରା ଫୁଲର ବାସ୍ନା" ଲୋକାର୍ପଣ ମଧ୍ୟ କରାଯାଇଥିଲା। ଉପସ୍ଥିତ ସାହିତ୍ୟପ୍ରେମୀମାନେ ଏହି ପ୍ରକାଶନଗୁଡ଼ିକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରପତି ଜଗନ୍ନାଥ ପ୍ରସାଦ ଉଦଗାତା, କାମାକ୍ଷି ପଣ୍ଡା,ବ୍ରଜ କିଶୋର ପ୍ରଧାନଙ୍କ ପରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରାକ୍ତନ ବୈଜ୍ଞାନିକ କାର୍ତ୍ତିକ ସ୍ୱାଇଁଙ୍କ ସହିତ ନିର୍ଦ୍ଧେଶକ ମଣ୍ଡଳିଙ୍କର ମାର୍ଗଦର୍ଶନ ଏବଂ ସଭାପତି ତାପସରାଜ ମହାରଣାଙ୍କ ଆହ୍ୱାନ କ୍ରମେ ଆୟୋଜିତ ସାରସ୍ୱତ ଆସରରେ ପ୍ରେମଚାନ୍ଦ ମହାନ୍ତି, ପ୍ରଦ୍ୟୁମ୍ନ କେଶରୀ, ଲିଙ୍ଗରାଜ ରଥ, ନର୍ମଦା ନିଳୋତ୍ପଳା,ଲଷ୍ମୀକାନ୍ତ ତ୍ରିପାଠୀ,ଟେକଚାନ୍ଦ ଦୁଆନ, ପ୍ରତିମା ଶତପଥୀ, ଇଂ. ଅବନ୍ତୀ ମଲ୍ଲିକ, ଡ଼ଃ ବସନ୍ତ ମଞ୍ଜରୀ ଦାଶ, ଅନୁରୂପା ସିଂହ, ମଦନ ମୋହନ ରାଉତ, ବିଶ୍ୱଭାରତୀ ଦାଶ, ସୌଭାଗ୍ୟବାଳା ଦାଶ, ସୁଧାଂଶୁ ଶେଖର ବଳ, ଗୋବିନ୍ଦ ବାରିକ, ବିଶ୍ୱରଞ୍ଜନ ଗୋସ୍ୱାମୀ, ସ୍ୱପ୍ନା ନାୟକ, କଳ୍ପନା ପରିଡ଼ା, ସୃତିକାବ୍ୟା ମହାରଣା, ଯାଜ୍ଞସେନୀ ପଣ୍ଡା,ପ୍ରଦୀପ ବନ୍ଧ ଓ ପ୍ରଶାନ୍ତ କୁମାର ନାଥ ପ୍ରମୁଖ କବି ଓ ସାହିତ୍ୟିକ ନିଜ ନିଜର ସୃଜନଶୀଳ ରଚନା ପାଠ କରି ଉପସ୍ଥିତ ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲେ। ଦୁର୍ଗେଶ ନନ୍ଦିନୀଙ୍କ ସୁମଧୁର ଜଣାଣରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାବେଳେ ତାପସରାଜ ମହାରଣାଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ବିଶ୍ୱଭାରତୀ ଦାଶ, ତପସ୍ୱିନୀ ଦାଶ ଷଡ଼ଙ୍ଗୀ, ଲୋପାମୁଦ୍ରା ପରିଡ଼ା ଓ ଦୁର୍ଗେଶ ନନ୍ଦିନୀ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ସଞ୍ଚାଳନା କରିଥିଲେ। ଉତ୍ସବର ସଫଳ ପରିଚାଳନାରେ ତାପସରାଜ ମହାରଣା, ବିଶ୍ୱରଞ୍ଜନ ଗୋସ୍ୱାମୀ, ବିଶ୍ୱଭାରତୀ ଦାଶ, ଦତ୍ତହରି ମାଝୀ, ସ୍ୱପ୍ନା କୁମାର୍ ଏବଂ ପ୍ରଶାନ୍ତ କୁମାର ନାଥ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ସାହିତ୍ୟିକ, କବି, ଲେଖକଙ୍କ ସମେତ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରବାସରେ ରହି ମଧ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା, ସମୃଦ୍ଧି ଏବଂ ପ୍ରସାର ଦିଗରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଏହି ଉଦ୍ୟମ ଉପସ୍ଥିତ ସମସ୍ତଙ୍କ ଦ୍ୱାରା ଭୂୟସୀ ପ୍ରଶଂସିତ ହୋଇଥିଲା।
4