ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ "ବିକାଶ ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ଉଦ୍‌ଯାପିତ: ବିଭିନ୍ନ ଯୋଜନାର ସରକାରୀ ସହାୟତା ବଣ୍ଟନ

ବୁଗୁଡ଼ା, 23/06/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷ ଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆଜି ଚତୁର୍ଥ ଦିନରେ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଏହି ଶେଷ ଦିବସରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ କରାଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ମାନସରଞ୍ଜନ ପ୍ରଧାନ,ବିଡ଼ିଓ ଦୁତିକୃଷ୍ଣ ପାତ୍ର,ଏବିଡ଼ିଓ ଧର୍ମରାଜ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନା ଏବଂ ସିଡ଼ିପିଓ ବବିତା କୁମାରୀ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ୧୦୫ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ଭତ୍ତା,ନୂତନ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଥିଲା। ଡିଜିଟାଲ୍ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବ୍ଲକର ଅଙ୍ଗନବାଡି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଥିଲା। ବିପୁଳ ସଂଖ୍ୟକ ଜନସାଧାରଣ ଓ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଚାରିଦିନିଆ କାର୍ଯ୍ୟକ୍ରମ ଶେଷ ହୋଇଛି।
Article Image
5