ଏରସମା, 16/02/2025, ଉତ୍କଳ voice news - utkalvoicenews.comରାଷ୍ଟ୍ରବାଦୀ ନାଗରିକ ମଞ୍ଚ ପକ୍ଷରୁ ଏରସମା ସ୍ୱପ୍ନଜିତ ମଣ୍ଡପ ଠାରେ ନିବାରଣ ନାୟକଙ୍କ ସଭାପତିତ୍ୱ,ମାନସ ବୈରୀଶଲ୍ୟଙ୍କ ସମ୍ପାଦନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ସଭାର ଆଭିମୁଖ୍ୟ ପ୍ରତ୍ୟେକ ନାଗରିକ ଗାଁକୁ ଭଲ ପାଇବା ସହିତ ଦେଶକୁ ଭଲ ପାଇବା ନିହାତି ଦରକାର।ଧର୍ମ ଅପେକ୍ଷା ଦେଶ ମହାନ।ଏଣୁ ସମସ୍ତ ଭାରତୀୟ ରାଷ୍ଟ୍ରବାଦୀ ହେବା ଦରକାର। ଉକ୍ତ ସଭାରେ ଦ୍ଵିଜବର ଦାସ ପୂର୍ବତନ ଚେୟାର ମ୍ୟାନ ଏରସମା,ଡ଼କ୍ଟର ଶରତଚନ୍ଦ୍ର ପରିଡା, ଆଡ଼ଭୋକେଟ ପ୍ରଭାତ କୁମାର ବହିରା, ପ୍ରଶାନ୍ତ କୁମାର ମହାପାତ୍ର,ଲଷ୍ମୀଧର ଓଝା ପ୍ରମୁଖ ଉପସ୍ଥିତ ରହି ଦେଶ ଗଠନରେ ସକ୍ରିୟ ହୁଅନ୍ତୁ ପରାମର୍ଶ ଦେଇଥିଲେ। ଏହି ମଞ୍ଚରେ ଏରସମା ଅଂଚଳର ଖ୍ୟାତି ସଂମ୍ପନ୍ନ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ପିତାମ୍ବର ଜେନା, ଡ଼କ୍ଟର ଶରତଚନ୍ଦ୍ର ପରିଡା, ଦ୍ଵିଜବର ଦାସ, ପ୍ରଶାନ୍ତ କୁମାର ମହାପାତ୍ର, ବିପିନ ବିହାରି ମହାନ୍ତି, ଲଷ୍ମୀଧର ଓଝା, ଯଶୋବନ୍ତ ପଣ୍ଡା ପ୍ରମୁଖ ସମ୍ମାନୀତ ହୋଇଥିଲେ।