କୁଜଙ୍ଗ , 24/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ ଓ ସୁଭଦ୍ରା ସମ୍ବାଦ କାଯ୍ୟକର୍ମ ତା.୨୦/୦୬/୨୦୨୬ରିଖ ରୁ ଆରମ୍ଭ ହୋଇ ତା.୨୨/୦୬/୨୦୨୬ ରିଖ ରେ ଉଦଯାପିତ ହୋଇଅଛି।ଏହି ତିନିଦିନ କାର୍ଯ୍ୟକ୍ରମ ରେ କୁଜଙ୍ଗ ସରପଞ୍ଚ ଶ୍ରୀମତୀ ବନ୍ଦିତା ଦାସ ଉଦଘାଟନ କରିଥିଲେ। ଓଡିଶା ସରକାର ଙ୍କ ତରଫରୁ ମା ମାନଙ୍କୁ ସୁଭଦ୍ରା ରାଶି ପ୍ରଦାନ କରାଯାଇଥିଲା ସେ ରାଶି କୁ ମା ମାନେ କିପରି ବେବହାର କରି ସାବଲମ୍ବି ହୋଇଛନ୍ତି ସେ ବିଷୟ ରେ ଆଲୋଚନା ହେଇଥିଲା।ସବୁ ମା ମାନେ କିପରି ବେବହାର କରି ନିଜେ ସାବଲମ୍ବି ହୋଇଛନ୍ତି ତାହା ମଧ୍ୟ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କୁଜଙ୍ଗ ବ୍ଲକ ଏ ବି କେ ଶ୍ରୀମତୀ ଜୋତ୍ସ୍ନା ରାଣୀ ଦାସ, କୁଜଙ୍ଗ ପି.ଓ ଶ୍ରୀମତୀ ଦେବସ୍ମିତା ଦାସ, ପଞ୍ଚାୟତ ର 160 ମେମ୍ବର ସହିତ କୃଷି ମିତ୍ର ର 5ଜଣ ସଦସ୍ୟ ସୁପ୍ରଭା ନାଥ, ଅହଲ୍ୟା ମହାରଣା, ରୋଜାଲିନ ପ୍ରଧାନ, ରିନା ଦାସ କନକ ଲତା ବେହେରା ଉପସ୍ଥିତ ଥିଲେ ମହିଳା ମାନେ କିପରି ସୁଭଦ୍ରା ରାଶି କୁ ନେଇ କାମ ରେ ଲଗାଇ ନିଜେ ଲକ୍ଷ ପତି ହେବେ ସେ ବିଷୟ ରେ ଆଲୋଚନା ହୋଇଥିଲା !