ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ

ଯାଜପୁର, 25/06/2026, ଉତ୍କଳ voice news - utkalvoicenews.com(ଉମାକାନ୍ତ ବେହେରା ଙ୍କ ରିପୋର୍ଟ)
Article Image
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୃଷକମାନଙ୍କର ଚିରନ୍ତନ ଉନ୍ନତି ପାଇଁ ପ୍ରାକୃତିକ ତଥା ଜୈବିକ କୃଷି ତଥା ସନ୍ତୁଳିତ ସାରର ବ୍ୟବହାର ବହୁଳ ସଚେତନତା ପାଇଁ ଜିଲ୍ଲାସ୍ତରୀୟ ପ୍ରାକୃତିକ ତଥା ଜୈବିକ କର୍ମଶାଳା କୃଷି ବିଭାଗ, ଯାଜପୁର ଦ୍ୱାରା କୃଷି ବିଜ୍ଞାନ କେନ୍ଦ୍ର, ବଡ଼ଚଣା ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଯାଜପୁର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ କୃଷି ବିଜ୍ଞାନ କେନ୍ଦ୍ର, ସମ୍ମିଳନୀ କକ୍ଷ , ବଡ଼ଚଣାଠାରେ ଅନୁଷ୍ଠିତ ହୋଇଯାଇଅଛି। ମାନ୍ୟବର ସାଂସଦ, ଲୋକସଭା, ଯାଜପୁର ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ବେହେରା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବୃକ୍ଷକୁ ଜଳଦାନ ପୂର୍ବକ ଜିଲ୍ଲାସ୍ତରୀୟ ସମାରୋହକୁ ଉଦଘାଟିତ କରିଥିଲେ।ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ, ବଡ଼ଚଣା ଶ୍ରୀଯୁକ୍ତ ଅମର କୁମାର ନାୟକ ଏବଂ ଯାଜପୁର କୃଷକ ମୋର୍ଚ୍ଚା ସଭାପତି,ଯାଜପୁର ଶ୍ରୀଯୁକ୍ତ ସୀତାକାନ୍ତ ବଳ ସାମନ୍ତ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଏବଂ ମାନ୍ୟବର ବିଧାୟକ ଉପସ୍ଥିତ ଅଗ୍ରଣୀ କୃଷକ ଭାଇ ଭଉଣୀ ,କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ କୃଷି ତଥା ଆନୁଷଙ୍ଗିକ ବିଭାଗର ଅଧିକାରୀମାନଙ୍କୁ 'ବିକାଶ ଧାରା ଓଡ଼ିଶା ସାରା' ବିଷୟରେ ଅବଗତ କରାଇଥିଲେ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ 'କ୍ଷେତ ବଚାଓ ଅଭିଯାନ ', ଜୈବିକ କୃଷିର ପ୍ରଦର୍ଶନୀ ଓ ବହୁଳ ପ୍ରସାର ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସଭାରେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ,ବଡ଼ଚଣା, ଶ୍ରୀଯୁକ୍ତ ଲଳିତ କୁମାର ମହାନ୍ତି, ବରିଷ୍ଠ କୃଷିବିତ ତଥା ଅବସରପ୍ରାପ୍ତ କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ପାତ୍ର, ମୃତ୍ତିକା ବୈଜ୍ଞାନିକ ଶ୍ରୀଯୁକ୍ତ ଶୁଭାଶିଷ ଦାସ, ବୈଜ୍ଞାନିକ ଶ୍ରୀଯୁକ୍ତ ସୁବ୍ରତ ପାଣିଗ୍ରାହୀ ଜୈବିକ କୃଷି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସମନ୍ୱିତ ଖାଦ୍ୟ ସାର ପରିଚାଳନା,ଜୈବିକ ଉତ୍ପାଦର ବଜାର ସମନ୍ୱୟ ତଥା ପାରମ୍ପରିକ କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳ ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। କୃଷକ ତଥା କୃଷି ବିଶେଷଜ୍ଞଙ୍କ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏଥିରେସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ , କୃଷି ଜିଲ୍ଲା ଅଧିକାରୀ, ଧର୍ମଶାଳା, ଯାଜପୁର ରୋଡ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।କୃଷି ଜିଲ୍ଲା ଅଧିକାରୀ, ଯାଜପୁର ଡ. ପୀୟୁଷ ପଲ୍ଲଭ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ମୋଟ ୧୨୦ ରୁ ଉର୍ଦ୍ଧ୍ୱ କୃଷକ ଓ କୃଷିଜୀବି ମହିଳାମାନେ ଅଂଶଗ୍ରହଣ କରିଥିଲେ । ତତସହିତ ପ୍ରାୟୋଗିକ ଜୈବିକ କୃଷି ପଦ୍ଧତି, ବୀଜାଣୁ ସାରର ପ୍ରୟୋଗ, ମୃତ୍ତିକା ପରୀକ୍ଷା କିଟ୍, ଜୈବିକ ଉତ୍ପାଦ, କୃଷକ ରେଜିଷ୍ଟ୍ରି ସମ୍ବନ୍ଧିତ ପ୍ରଦର୍ଶନୀ ଷ୍ଟଲର ମଧ୍ୟ ଆୟୋଜନ କରାଯାଇଥିଲା।
5