ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାରମ୍ବାର ନିଟ-ୟୁଜି ପରୀକ୍ଷା ପ୍ରଶ୍ନ ପତ୍ର ଲିକ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର, 25/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) ତା - 24/06/26 :
Article Image
ବାରମ୍ବାର ନିଟ - ୟୁଜି ପରୀକ୍ଷା ପ୍ରଶ୍ନ ପତ୍ର ଲିକ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସେହିପରି ବିଭିନ୍ନ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ପରୀକ୍ଷା ବାତିଲ, ବ୍ୟୟ ବହୁଳ ଶିକ୍ଷା ବ୍ୟବସ୍ଥା, ପରୀକ୍ଷାର୍ଥୀ ଓ ଅଭିଭାବକ ମାନଙ୍କ ଉପରେ ଆର୍ଥିକ ଓ ମାନସିକ ଚାପ ଓ ବେକାରୀ ସମସ୍ୟା କୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କ ଡାକରାରେ ଦେଶ ବ୍ୟାପି ଛାତ୍ର ଆନ୍ଦୋଳନ କରିବାକୁ ଯାଉଛି । ସେହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଏଆଇସିସି ମେମ୍ବର ତଥା ଆଜି କାର୍ଯ୍ଯକ୍ରମ ର ପିସିସି ପର୍ଯ୍ଯବେକ୍ଷକ ମଧୁମିତା ଆଚାର୍ଯ୍ଯ , ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନିରଞ୍ଜନ ନାୟକ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିତମ ପରିଜା , ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାଇ ପ୍ରଭଞ୍ଜନ ମହାପାତ୍ର , ରାଜ୍ଯ ଛାତ୍ର କଂଗ୍ରେସ ସମ୍ପାଦକ ସୌମ୍ଯ ରଞ୍ଜନ ରାଉତ , ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ରୂପଶ୍ରୀ ରାଗିଣୀ ଦାଶ ପ୍ରମୁଖ ଉପସ୍ଥିତ ରହି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମତ ପ୍ରକାଶ କରିଥିଲେ ।
Article Image
5