ଜଗତସିଂହପୁର, 25/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ )
ତା - 24/06/26 :
ଜଗତସିଂହପୁର ପୌର ପରିଷଦ ପକ୍ଷରୁ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ପୋୖରାଧକ୍ଷା ଅର୍ଚ୍ଚନା ସିଂ, ଉପାଧ୍ୟକ୍ଷା ରାଜେନ୍ଦ୍ର କୁମାର ବିଶୋଇ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ସିଂ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ କରିବା ସହିତ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୁର୍ଣ୍ଣା ଯୋଜନା, ସୁଭଦ୍ରା ଯୋଜନା, ସୂର୍ଯ୍ୟ ଘର ଯୋଜନା ପରି ଅନେକ ଯୋଜନା ରହିଛି । ଏହାର ସୁଫଳ କିପରି ସାଧାରଣ ଲୋକଙ୍କ ନିକଟରେ ପହଁଚିବ ସେ ନେଇ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ଅତିଥିମାନେ କହିଛନ୍ତି ।