ଜଗତସିଂହପୁର, 25/06/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
_1782371154.jpg)
ତା ୨୪/୬/୨୬ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଦିର୍ଘ ୩ ବର୍ଷ ପରେ ପୁରଣ ହୋଇଛି। ରଘୁନାଥପୁରର ପୁର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତି ପଣ୍ଡାଙ୍କୁ ଏଠାରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ସେଠୀଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ୨୦୨୩ ମସିହାରୁ ଖାଲି ପଡ଼ିଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଓ ରୋଜାଲିନ ସେଠୀ ରହି ଆସିଥିଲେ। ସ୍ଥାୟୀ ପ୍ରଧାନଶିକ୍ଷକ ନଥିବା କାରଣରୁ ବିଦ୍ୟାଳୟର ଆର୍ଥିକ ବ୍ୟୟ ଅଟକଳରେ ଦେଖା ଦେଉଥିଲା ସମସ୍ୟା ଦୂର ହୋଇପାରିବ। ଦିର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଖାଲି ପଡିଥିବା ନିୟମିତ ପ୍ରଧାନ ଶିକ୍ଷକ ପଦବୀ ପୁରଣ ପରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଚ୍କ ମଧ୍ୟରେ ଆନନ୍ଦ ଖେଳି ଯଇଛି। ବିଦ୍ୟାଳୟର ପଞ୍ଚଶଖା ସେତୁର ସଭାପତି ଫକିର ଚରଣ ସାହୁ,କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ସ୍ୱାଇଁ, ଅକ୍ଷୟ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ପ୍ରମୋଦ କୁମାର ମହାନ୍ତି, ଏସ୍ଏମସି ସଭାପତି ବିଜୟ କେତନ ସେଠୀ, ସଭ୍ୟ ଜୟଶ୍ରୀ ଜାରିକ, ସସ୍ମିତା ସାହୁ, ଶ୍ରଦ୍ଧାଞ୍ଜଳୀ ସାହୁ ପ୍ରମୁଖ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରିଛନ୍ତି ।