ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରୋଗାଗ୍ରସ୍ତ ପ୍ରାଣୀ ମାନଙ୍କ ଚିକିତ୍ସା କରାଇ ସମାଜ ପାଇଁ ଉଦାହରଣ ସାଜୁଛନ୍ତି ଗୋ ସେବକ ରବିନ୍ଦ୍ର ମଲ୍ଲିକ

ଏରସମା, 25/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ଅଧିନ ବଡବୁଦା ଗ୍ରାମରେ ରାସ୍ତା କଡରେ ଏକ ବୁଲା ଷଣ୍ଡ କିଛି ଦିନ ହେବ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଆଶ୍ରୀର୍ବାଦ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଉମାକାନ୍ତ ପରିଡ଼ା ବାଲିତୁଠ ପ୍ରାଣୀଧନ ନୀରିକ୍ଷକ ଓ ଗୋ ସେବକ ରବିନ୍ଦ୍ର ମଲ୍ଲିକଙ୍କୁ ତୁରନ୍ତ ଜଣାଇଥିଲେ।ଶ୍ରୀ ମଲ୍ଲିକ ଆସି ଚିକିତ୍ସା କରି ଜାଣିବାକୁ ପାଇଥିଲେ।ଷଣ୍ଡଟିକୁ ବିଷଣ ଜ୍ୱରର ପିଡିତ ହେଇ ଦୁର୍ବଳ ହେଇଯାଇଛି।ତେବେ ସାଙ୍ଗେ ସାଙ୍ଗେ କିଛି ସ୍ଥାନୀୟ ଜନସାଧାରଣ ମାନଙ୍କ ସାହାଯ୍ୟ ସହଯୋଗ କ୍ରମେ ଚିକିତ୍ସା କରାଇ ଖାଦ୍ୟ ଦେଇ ଷଣ୍ଢଟିକୁ ନୂତନ ଜୀବନ ଦାନ ଦେଇ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରାଇ ଭଲ କରାଯିବ ବୋଲି ଗୋ ସେବକ ରବିନ୍ଦ୍ର ମଲ୍ଲିକ,ଉମାକାନ୍ତ ପରିଡ଼ା, ପ୍ରକାଶ କରିଥିଲେ। ତାଙ୍କ ସହିତ ପ୍ରାଣୀ ଧନ ନିରୀକ୍ଷକ ଗୌରାଙ୍ଗ ଦାସ,ରାକେଶ ମହାପାତ୍ର, ଅନ୍ତର୍ଯ୍ୟାମୀ ପରିଡ଼ା, ବଳରାମ ବେହେରା ପ୍ରମୁଖ ଚିକିତ୍ସା କରାଇବାରେ ସହଯୋଗ କରିଥିଲେ। ତାଙ୍କର ଏପରି ପଶୁପକ୍ଷୀ ମାନଙ୍କ ପ୍ରତି ଭଲ ପାଇବା ଓ ନିଜ ଖର୍ଚ୍ଚରେ ବୁଲା ଗାଇ ଗୋରୁ ମାନଙ୍କୁ ଚିକିତ୍ସା କରାଇ ଭଲ କରିବା ମାନବିକତାର ଉଦାହରଣ ପାଲଟିଯାଇଛନ୍ତି।
14