ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚିଙ୍ଗୁଡ଼ି ଘେରି ନେଇ ଚାଷ ଜମି କ୍ଷତି ଗ୍ରସ୍ତ , ଅଭିଯୋଗ ପରେ ରେ ସବ୍-କଲେକ୍ଟରଙ୍କ ଅଦାଲତରେ ମାମଲା।

ଜଗତସିଂହପୁର, 25/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ବାଲିକୁଦା ତହସିଲ ଅନ୍ତର୍ଗତ ନାଆଡା ଗ୍ରାମରେ ଚାଲିଥିବା ଚିଙ୍ଗୁଡ଼ି ଚାଷକୁ ନେଇ ଉଠିଥିବା ଅଭିଯୋଗ ଏବେ ପ୍ରଶାସନିକ ଓ ଆଇନଗତ ସ୍ତରକୁ ପହଞ୍ଚିଛି। ସ୍ଥାନୀୟ ସମାଜସେବୀ ବିଜନ କୁମାର ପରିଡାଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ବାଲିକୁଦା ତହସିଲ ପକ୍ଷରୁ ତଦନ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜଗତସିଂହପୁର ସବ୍-କଲେକ୍ଟରଙ୍କ ଅଦାଲତରେ କ୍ରିମିନାଲ୍ ମିସ୍ କେସ୍ ନମ୍ବର ୩୧/୨୦୨୬ ରୁଜୁ ହୋଇଛି।ଅଭିଯୋଗରେ ଦର୍ଶାଯାଇଛି ଯେ ନାଆଡା ଗ୍ରାମରେ ୧୦ ଏକରରୁ ଅଧିକ ଅଞ୍ଚଳରେ ଚାଲିଥିବା ଚିଙ୍ଗୁଡ଼ି ଚାଷରୁ ଲୁଣିଆ ଓ ରାସାୟନିକ ମିଶ୍ରିତ ପାଣି ନିକଟସ୍ଥ କେନାଲ ଓ କୃଷି ଜମିକୁ ନିଷ୍କାସନ କରାଯାଉଛି। ଏହା ଫଳରେ ଜଳ ପ୍ରଦୂଷଣ, ଚାଷ ଜମିର ଉର୍ବରତା ହ୍ରାସ, ମତ୍ସ୍ୟ ସମ୍ପଦ କ୍ଷତି ଏବଂ ପ୍ରାକୃତିକ ଜଳ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ରହିଛି।୧୧ ମାର୍ଚ୍ଚ ଓ ୩୦ ମାର୍ଚ୍ଚରେ ବାଲିକୁଦା ତହସିଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ନାଆଡା ମୌଜାର କିଛି ଖାତା ଓ ପ୍ଲଟ ଜମିର ଏକ ଅଂଶରେ ଦୀପକ କୁମାର ନାୟକଙ୍କ ଦ୍ୱାରା ଚିଙ୍ଗୁଡ଼ି ଚାଷ ୟୁନିଟ୍ ସ୍ଥାପନ କରାଯାଇଥିବା ଉଲ୍ଲେଖ ହୋଇଛି। ତହସିଲଦାର ଏହାକୁ ଜନସାଧାରଣଙ୍କ ଅସୁବିଧା ବା ‘ପବ୍ଲିକ ନ୍ୟୁସାନ୍ସ’ ସହ ଜଡିତ ବିଷୟ ବୋଲି ଦର୍ଶାଇ ଆଇନଗତ ପଦକ୍ଷେପ ପାଇଁ ସବ୍-ଡିଭିଜନାଲ୍ ମ୍ୟାଜିଷ୍ଟ୍ରେଟଙ୍କ ଅଦାଲତକୁ ପଠାଇଥିଲେ।ଏହାପରେ ଜଗତସିଂହପୁର ସବ୍-କଲେକ୍ଟର କାର୍ଯ୍ୟାଳୟ ପକ୍ଷରୁ ଉଭୟ ପକ୍ଷଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତା ୩୦ ଜୁନ ୨୦୨୬ ତାରିଖ ଅପରାହ୍ନ ୩ଟାରେ ସବ୍-କଲେକ୍ଟର-କମ୍-ଏସଡିଏମଙ୍କ ଅଦାଲତରେ ଶୁଣାଣି ଧାର୍ଯ୍ୟ କରାଯାଇଛି।ତେବେ ଏହି ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଶୁଣାଣି ପରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯିବ ଏବଂ ଅଭିଯୋଗର ସତ୍ୟତା କେତେ ରହିଛି, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
8