ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

"ବିକାଶର ଧାରା ଓଡିଶା ସାରା"

ଏରସମା, 25/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ "ବିକାଶର ଧାରା ଓଡିଶା ସାରା" ପରିପ୍ରେକ୍ଷୀରେ,ବୁଧବାର ଏରସମା ବ୍ଲକ୍ ସ୍ତରୀୟ ସ୍ବାବଲମ୍ବୀ ଯୁବ ସମ୍ରୃଦ୍ଧ ଓଡିଶା ସମାବେଶ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।ଆୟୋଜିତ ଆଜିର ସମାବେଶରେ ଏରସମା ବି ଡି ଓ ଦାଶରଥି ଜେନା, ଏରସମା ବ୍ଲକ୍ ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ଵାଇଁ,ଜିଲ୍ଲା ଶିଳ୍ପ କେନ୍ଦ୍ର ଜି ଏମ୍ ମନୋରଞ୍ଜନ ବିଶୋଇ,ସି ଡ଼ି ପି ଓ କ୍ରୀଷ୍ଣା କୁମାରୀ ରାଉତ,ଜିଲ୍ଲା କର୍ମ ନିୟୋଜନ ସଂସ୍ଥା ଯୁବ ପ୍ରଫେସନାଲ ଦିବ୍ୟଜ୍ୟୋତି ମହାପାତ୍ର,ଶିଳ୍ପ ଅଧିକାରିଣୀ ସ୍ଵର୍ଣ୍ଣ ସାଗରୀକା ପଟ୍ଟନାୟକ,ସହକାରୀ ଶିଳ୍ପ ଅଧିକାରିଣୀ ଅଙ୍କିତା ବେହେରା,ଏରସମା ବ୍ଲକ୍ ଆକାଉଣ୍ଟସ୍ ଅଫିସର ପ୍ରତିମା କୁମାରୀ ସା‌ହୁ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଯୁବକ ଯୁବତୀ,ଆଇ ଟି ଆଇ,ଡିପ୍ଲୋମା ପାସ୍ କରିଥିବା କିମ୍ବା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ,ଦିବ୍ୟାଂଗ ଓ ସ୍ଵୟଂ ସହାୟିକା ଗୋଷ୍ଠୀ ଓ ପଛୁଆ ବର୍ଗର ଶିକ୍ଷାର୍ଥୀଙ୍କୁ ଦକ୍ଷତା ବିକାଶ ତଥା ନିଯୁକ୍ତି ସୁଯୋଗ ଓ ଉଦ୍ୟୋଗୀ ବିକାଶ ସମ୍ପର୍କିତ ପରାମର୍ଶ ଦେଇଥିଲେ।ସହାୟକ ଶିଳ୍ପ ଅଧିକାରୀ ଲଭ୍ଲି କାନ୍ତ ମଲ୍ଲିକ ମଞ୍ଚ ସଂଯୋଜନା କରିଥିଲେ।ଏହି ଅବସରରେ ଅନ୍ୟମାନଙ୍କୁ ଦକ୍ଷତା କରାଇଥିବା ସନ୍ଧ୍ୟାରାଣୀ କୁଅଁର ଓ ସୁଭଦ୍ରା ହିତାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ,ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ମୋବାଇଲ ଫୋନ୍ ଓ ଏସ୍ ଏଚ୍ ଜି ଗ୍ରୃପକୁ ୠଣ ଚେକ୍ ପ୍ରଦାନ କରାଯାଇଥିଲା।
8