ଜଗତସିଂହପୁର, 26/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର ପରିଷଦର୍ ମିଳିତ ଆନୁକୂଲ୍ୟରେ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ହାଟ ବଜାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ ପିଲେ, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ସିଂ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନାୟ ମହାନ୍ତି ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ କରିବା ସହିତ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ SVM ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ପୌର ପରିଷଦ ର କର୍ମଚାରୀ ମାନେ ସାମିଲ ହୋଇଥିଲେ । ପରେ ସହରର ବିଭିନ୍ନ ସ୍ଥାନ ସଫେଇ କରାଯିବା ସହିତ ଲୋକ ମାନଙ୍କୁ ପରିବେଶ ସୁରକ୍ଷା ଓ ସଫାସୁତୁରା ରଖିବା ପାଇଁ ସଚେତନତା କରାଯାଇ ଥିଲା ।