ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ରେ ପ୍ରବଳ ବର୍ଷା ସହିତ ଘଡଘଡି ଚାଲିଗଲା 3ଟି ମଇଁଷି ଙ୍କ ଜୀବନ

ଜଗତସିଂହପୁର, 27/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) ତା - 26/06 :
Article Image
ଜଗତସିଂହପୁର ରେ ପ୍ରବଳ ବର୍ଷା ପବନ ହୋଇଛି । ଆଜି ଅପରାହ୍ନ ରେ ପ୍ରବଳ ବର୍ଷା ସହିତ ଘଡଘଡି ମାରି ଥିଲା । ଘଡଘଡି ର ମାତ୍ରା ଏତେ ଜୋରରେ ଥିଲା ଯେ ଲୋକ ମାନେ ଭୟଭୀତ ହୋଇ ପଡ଼ିଥିଲେ । ଏହା ସହିତ ଢି଼ହସାହି ପୋଥପଡା ଗ୍ରାମରେ ଘଡଘଡି ପଡି 3ଟି ମଇଁଷି ଙ୍କ ମୃତ୍ୟୁ ହୋଇଛି । ମଇଁଷି ମାଲିକ ଲଟୁ ଦାସ ବୋଲି ଜଣା ପଡିଛି । ତେବେ ଏହି 3ଟି ମଇଁଷି ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ମଇଁଷି ପଡିଆ ରେ ବନ୍ଧା ହୋଇ ଥିବାବେଳେ ଘଡଘଡି ମାରିବା ଫଳରେ ଅଭଳି ଅଘଟଣ ଘଟିଛି ।
Article Image
4