କୁଜଙ୍ଗ , 27/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା - 26/06 :
କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଳରାମପୁର ଗଡା ର ଏକ ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଗୋଦାମ ଘରେ କାଠ ପ୍ଲାଏ ଓ ଆଲୁମିନିୟମ ଗଛିତ ଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ କୁଜଙ୍ଗ ଓ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କୌଣସି ଜୀବନ ହାନି ଘଟି ନ ଥିବା ବେଳେ ଲକ୍ଷାଧିକ ଟଙ୍କାର ପ୍ଲାଏ ଓ ଆଲୁମିନିୟମ୍ ପୋଡ଼ି ନଷ୍ଟ ହୋଇଯାଇଛି।