ଏରସମା, 27/06/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ବ୍ଲକ ଅନ୍ତର୍ଗତ ପଲ୍ଲୀ କଣ୍ଟା ପଞ୍ଚାୟତ ସ୍ତିତ ବୈକୁଣ୍ଠ ନାରାୟଣ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଚିତ୍ରା କୁମାରୀ ନନ୍ଦ(ଝୁନୁ ଦିଦି) ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନଷ୍ଠିତ ହୋଇଯାଇଛି।ଦୀର୍ଘ ୩୭ ବର୍ଷ ଏହି ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ଓ ନିଃସ୍ଵାର୍ଥ ପର ଭାବେ କାର୍ଯ୍ୟ ରତ ରହିଥିବାରୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ଭାବ ବିଭୋର ହୋଇଥିଲେ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଞ୍ଚଳ ବାସି।ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବଗ୍ରାହୀ ଭୋଳ,ବରଣ୍ୟ ଅତିଥି ପଲ୍ଲୀକଣ୍ଟା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଶ୍ମିତା ସ୍ୱାଇଁ, ପଲ୍ଲୀକଣ୍ଟା ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଙ୍କ ପ୍ରତିନିଧି ପ୍ରସନ୍ନ କୁମାର କୁଅଁର, ଅଲ୍ଲୋଷ୍ଟା ଉପସଭାପତି ସଚିଦା ନନ୍ଦ ପରିଡ଼ା, ପଞ୍ଚାୟତ ହାଇସ୍କୁଲ ପୋଖରିଆ ପଡ଼ାର ପ୍ରଧାନ ଶିକ୍ଷକ ଅନିଲ କୁମାର ଜେନା,ଅଲ୍ଲୋଷ୍ଟା ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଅଭୟ କୁମାର ପରିଡ଼ା,ପ୍ରାଥମିକ ଶିକ୍ଷକ ସଂଘ ଏରସମା ବ୍ଲକ୍ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ କୁମାର ସାଇଁ , ଉପଦେଷ୍ଟା ରଞ୍ଜନ କୁମାର ବେହେରା,ପୂର୍ବତନ ସରପଂଚ ଧ୍ଵୋଜ ରାଜ ଖଣ୍ଡୁଆଳ,ପୂର୍ବତନ ସଭ୍ୟ ନିମାଇଁ ଚରଣ ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇଥିଲେ।ଏଥିରେ ୨୦୦୪ ରୁ ୨୦୨୬ ପର୍ଯ୍ୟନ୍ତ ସମସ୍ତ ପୁରାତନ ଓ ବର୍ତ୍ତମାନ ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମବାସୀ, ଲୋକପ୍ରତିନିଧି, ଏରସମା ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସୁଚିତ୍ରା କୁମାରୀ ନନ୍ଦ (ଝୁନୁ ଦିଦି) ଙ୍କର ଗୁଣଗାନ କରିଥିଲେ।ଏରସମା ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଶ୍ରୀଯୁକ୍ତ ବୈଷ୍ଣବ ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶିକ୍ଷା ପରିଚାଳନା କମିଟି ସଭାପତି ବିଚିତ୍ର କୁମାର ବିଶ୍ବାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ଅବସରରେ ଏକ ପତ୍ରିକା ସ୍ରୃତି ବିଚିତ୍ରା ଉନ୍ମୋଚିତ ହୋଇଥିଲା।ଏଥିରେ ପ୍ରଧାନଶିକ୍ଷୟତ୍ରୀ ଅଞ୍ଜନୀ ଦାସ, ସହକାରୀ ଶିକ୍ଷକତ୍ରୀ ସ୍ତବିରା ରାଣି ଦାସ, ଦିପା ଦାଶ, ରଶ୍ମୀରାଣି ଚୈଧୁରୀ ଓ ଶିକ୍ଷକ ସରୋଜ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।