ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ...

ଗଂଜାମ / ହିଞ୍ଜିଳିକାଟୁ, 27/06/2026, ଉତ୍କଳ voice news - utkalvoicenews.com
Article Image
ଦିନକୁ ଦିନ ନିଶା କାରବାର ତଥା ସେବନ ବଢିଚାଲିଛି। ବିଶେଷ ଭାବେ କିଶୋର ତଥା କମ୍ ବୟସର ପିଲାମାନେ ଏହାର କବଳିତ ହେଉଛନ୍ତି, ଯାହା ଏକ ସାମାଜିକ ବ୍ୟାଧିର ରୂପ ନେଲାଣି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୬ ଜୁନକୁ ବିଶ୍ୱ ନିଶା ନିବାରଣ ଦିବସ ରୂପେ ପାଳନ କରାଯାଏ | ସେଇଭଳି ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ଗାୟତ୍ରୀ ଶିକ୍ଷାନିଷ୍ଠାନରେ ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷା ତଥା ସବଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ତତ୍ତ୍ଵାବଧାନରେ ବିଶ୍ୱ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି | ଅତିଥି ଭାବେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ,ହିଞ୍ଜିଳି ଥାନାର ଏସଆଇ ଧରିତ୍ରୀ ବିଶ୍ୱାଳ, ବରିଷ୍ଠ ଆଇନଜୀବି ଦ୍ଵିତୀକୃଷ୍ଣ ସାବତ,ସମାଜସେବି ଅନୁରାଧା ସାହୁ,ଗାୟତ୍ରୀ ଶିକ୍ଷାନୁଷ୍ଠାନର ପରିଚାଳକ ସସ୍ମିତା ପଟ୍ଟନାୟକ ମଂଚାସୀନ ରହିଥିଲେ | ନିଶା ସେବନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ସଜାଗ ଓ ସଚେତନତା ଦ୍ୱାରା ହିଁ ମାନବ ସମାଜକୁ ନିଶା ସେବନରୁ ମୁକ୍ତ କରିହେବ । ଲୋକଙ୍କୁ ସଚେତନତା ଓ ନିଶା ସେବନରୁ ମୁକ୍ତ କରିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତେକ ସଂସ୍ଥାର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହୁଛି ନେଇ ଅତିଥି ମାନେ ଅଭିଭାଷଣ ରଖିଥିଲେ |ନିଶାମୁକ୍ତ ର ପ୍ରଚାର ପ୍ରସାର ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ, ବସଷ୍ଟାଣ୍ଡ,ତହସିଲ ଅଫିସ ଓ ଶିକ୍ଷା ଅନୁଷ୍ଠାନ ସମ୍ମୁଖରେ ଲିଫିପ୍ଲେଟ ଜରିଆରେ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗାୟତ୍ରୀ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ |
6