ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ ପାଳନର ଦ୍ଵିତୀୟ ଦିନ

ରାୟଗଡ଼ା, 28/06/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଉଦ୍ୟୋଗ ଦିବସ ପାଳନ ନିମନ୍ତେ ଗତକାଲି ଠାରୁ ଜୀ.ସି. ଡି ହାଇସ୍କୁଲ ପଡିଆରେ, ଚାଲୁଥିବା "ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ" ର ଆଜି ଦ୍ଵିତୀୟ ଦିବସ ପାଳନ କରାଯାଇଛି। ​ମୁଖ୍ୟ ଅତିଥି ରୂପେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଶ୍ରୀ ଦେବେଶ ରଞ୍ଜନ ଧର, ସମ୍ମାନୀତ ଅତିଥି ରୂପେ ଖାଦ୍ୟ ନିରାପତ୍ତା ଅଧିକାର ଶ୍ରୀ ଜ୍ୟୋତି ପ୍ରକାଶ ସୋରେନ୍, ମୁଖ୍ୟ ବକ୍ତା ରୂପେ ଅବସର ପ୍ରାପ୍ତ ବରିଷ୍ଠ ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଯୋଗଦେଇଥିଲେ।
Article Image
​ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ ଙ୍କ ସଭାପତିତ୍ଵ ରେ ସ୍ଵାଗତ ବକ୍ତବ୍ୟ ଆରମ୍ଭ କରି ପ୍ରାରମ୍ଭିକ ସୂଚନା, ବିଭାଗ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନଯୋଜନା ବିଷୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ସାହୁ ଶିଳ୍ପ ସ୍ଥାପନ ନିମନ୍ତେ ବିଭିନ୍ନ ସମ୍ଭାବନା , ସୁଯୋଗ ଓ ନିଯୁକ୍ତି ସୃଷ୍ଟି ଉପରେ ବୁଝାଇ କହିଥିଲେ। ​ମୁଖ୍ୟ ଅତିଥି ଶ୍ରୀ ଧର ଶିଳ୍ପ ସ୍ଥାପନ ପାଇଁ ଅନଲାଇନରେ ରେ ଉପଲବ୍ଧ ବିଭିନ୍ନ ୱେବସାଇଟ, ତାହାର ସୁଯୋଗ ଓ ୟୁଟ୍ୟୁବରେ ଉପଲବ୍ଧ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଭିଡିଓ ଉପରେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଶ୍ରୀ ସୋରେନ୍ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ, Food Licence ଆବେଦନର କାର୍ଯ୍ୟବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ଏହି ସଭାରେ ରାଜ୍ୟ ସ୍ତରରେ ପୁରସ୍କୃତ ସଫଳ ଉଦ୍ୟୋଗୀ ଶ୍ରୀ ରାକେଶ କୁମାର ଦୋରା କାର୍ଯ୍ୟକ୍ରମରେ ଅତିଥିରୂପେ ଯୋଗଦେଇ ସମ୍ବର୍ଦ୍ଧିତ ହେବା ସଙ୍ଗେ ସଙ୍ଗେ ଉଦ୍ୟୋଗ ସ୍ଥାପନରେ ନିଜର ଅନୁଭୂତି, ଡି ଆଇ ସି, ରାୟଗଡ ରୁ ପ୍ରାପ୍ତ ସମସ୍ତ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ centurion college ର ଶତାଧିକ ଛାତ୍ର ଛାତ୍ରୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସଭାରେ ଯୋଗଦେଇଥିଲେ ଓ ସଭାକାର୍ଯ୍ୟ ସମାପ୍ତ ପରେ ଆୟୋଜିତ ପ୍ରଦର୍ଶନୀ ମେଳା ବୁଲିଦେଖିଥିଲେ। ​ଉକ୍ତ କାର୍ଯ୍ୟକ୍ରମକୁ AIO ଶ୍ରୀ ବେଦାର୍ଚନ ରାୟ, ଶ୍ରୀ ସ୍ମୃତିଚନ୍ଦନ ପ୍ରଧାନ, ଶ୍ରୀ ଚିତ୍ତରଞ୍ଜନ ମେହେର, ଶ୍ରୀ ଦୀପକ ହାଁସଦା, ସୂରଜ କଣ୍ଡୁଲାନl, IPO ଶ୍ରୀ ସୁବ୍ରତ ପଟ୍ଟନାୟକ ଓ ବରିଷ୍ଠ ସହାୟକ ସୌମିତ୍ର ପଟ୍ଟନାୟକ, ତ୍ରିଲୋଚନ ଦାସ, ଦୀପା ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା, ସୁନୀଲ ପ୍ରଧାନ ​ସଭା ପରିଚାଳନାରେ ସହଯୋଗ କରିଥିଲେ।
Article Image
Article Image
6